ଜଣେ୨୭ ବର୍ଷୀୟ ମୌଲବୀ ଗିରଫ: ହିନ୍ଦୁ ରାଜନେତାଙ୍କୁ ହତ୍ୟା କରିବାକୁ କରିଥିଲା ଷଡଯନ୍ତ୍ର

ଦେଶରେ କିଛି ଜଣାଶୁଣା ହିନ୍ଦୁ ରାଜନେତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରିଥିବା ଜଣାପଡ଼ିବା ପରେ ସୁରଟ୍‌‌ ପୁଲିସ ଏଠାକାର ଜଣେ୨୭ ବର୍ଷୀୟ ମୌଲବୀଙ୍କୁ ରବିବାର ଗିରଫ କରିଛି।ମୌଲବୀ ମହମ୍ମଦ ସୋହେଲ ମହାରାଷ୍ଟ୍ରର ନନ୍ଦୁରବର ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ସେ ଦୀର୍ଘ ଦିନ ଧରି ସୁରଟ ଜିଲ୍ଲାର କଠୋର ଗ୍ରାମସ୍ଥିତ ଏକ ମଦ୍ରାସାରେ ଶିକ୍ଷା ଦେବା ସହ ଏକ ଫ୍ୟାକ୍ଟ୍ରିରେ ମ୍ୟାନେଜର ଭାବେ କାମ କରୁଥିଲେ। କିନ୍ତୁ କିଛି ଦିନ ତଳେ ସେ ସୁରତର ଜଣେ ହିନ୍ଦୁ ନେତା ଓ ସନାତନ ସଙ୍ଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଉପଦେଶ ରାଣାଙ୍କୁ ହତ୍ୟା ଧମକ ଦେବା ସହ ସୁଦର୍ଶନ ଟିଭି ଚ୍ୟାନେଲର ମୁଖ୍ୟ ସମ୍ପାଦକ ସୁରେଶ ଚାଭାନକେଙ୍କୁ ଧମକ ଦେଇଥିଲେ।

ଏହାବ୍ୟତୀତ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ସମେତ ହିନ୍ଦୁ ସଂଗଠନର ଅନ୍ୟ କିଛି ନେତାଙ୍କୁ ମଧ୍ୟ ହତ୍ୟା କରିବାକୁ ଏହି ମୌଲବୀ ଯୋଜନା କରୁଥିବା ସୂଚନା ମିଳିବା ପରେ ସୁରଟ ପୁଲିସ ତାଙ୍କୁ ଗିରଫ କରିଛିା ଅଭିଯୁକ୍ତ ମହମ୍ମଦ ସୋହେଲ ଅବୁବକର ପାକିସ୍ତାନ ଏବଂ ନେପାଳର କିଛି ଲୋକଙ୍କ ସହ ଯୋଗାଯୋଗରେ ଥିଲା। ଗିରଫ ପରେ ସୋହେଲଙ୍କ ମୋବାଇଲ୍‌‌ ଫୋନରୁ ବହୁ ଆପତ୍ତିଜନକ ତଥ୍ୟ ମିଳିଥିବା ସୁରଟ ପୁଲିସ କମିଶନର ଅନୁପମ ସିଂ ଗେହଲଟ୍‌‌ କହିଛନ୍ତି। ଅଭିଯୁକ୍ତ ପାକିସ୍ତାନ, ଭିଏତନାମ, ଇଣ୍ଡୋନେସିଆ, କାଜାଖିସ୍ତାନ, ଲାଓସ ଭଳି ବିଭିନ୍ନ ଦେଶର କୋଡ ସହିତ ହ୍ୱାଟସଆପ ନମ୍ବରଧାରୀଙ୍କ ସହ ଯୋଗାଯୋଗରେ ଥିବା ଜଣାପଡ଼ିଛିା ବର୍ତ୍ତମାନ ଦେଶରେ ନିର୍ବାଚନ ଚାଲିଥିବା ବେଳେ ଏହି ସମୟରେ ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାକୁ ଯୋଜନା ସୋହେଲ ଯୋଜନା କରିଥିଲା ବୋଲି ସୁରାକ୍‌‌ ମିଳିଛି।

Related Articles

Back to top button