ନିର୍ବାଚନ ପରେ ୨୫ ପ୍ରତିଶତ ବଢିଯିବ ମୋବାଇଲ ଶୁଳ୍କ

ଲୋକସଭା ନିର୍ବାଚନର ଫଳାଫଳ ଜୁନ ୪ରେ ପ୍ରକାଶ ପାଇବା ପରେ ମୋବାଇଲ ଶୁଳ୍କ ବଢିବା ନେଇ ଅନୁମାନ କରାଯାଇଛି । ନଭେମ୍ବର ୨୦୨୧ ପରେ ଟେଲିକମ କମ୍ପାନୀମାନ ମୋବାଇଲ ଶୁଳ୍କ ବଢାଇନାହାନ୍ତି । ହେଲେ ଚଳିତ ବର୍ଷର ନିର୍ବାଚନ ପରେ ଟେଲିକମ କମ୍ପାନୀ ଗୁଡ଼ିକ ମୋବାଇଲ ଶୁଳ୍କ ବଢାଇପାରନ୍ତି ।

ବିଓଏଫଏ ସିକ୍ୟୁରିଟିଜ ଦେଶର ଟେଲିକମ ସେକ୍ଟରକୁ ନେଇ ଅନୁସନ୍ଧାନ ତଥ୍ୟକୁ ଜାରି କରିଛନ୍ତି । ଏହି ରିସର୍ଚ୍ଚ ରିପୋର୍ଟରେ ବିଓଏଫଏ କହିଛି ଯେ, ନିକଟ ଅବଧିରେ କିଛି କାରଣରୁ ସକରାତ୍ମକ ପ୍ରଭାବ ରହିଛି । ଯେଉଁଥିରେ ସର୍ବ ପ୍ରଥମେ ଶୁଳ୍କ ବଢିବା ରହିଛି । ବ୍ରୋକରେଜ ହାଉସ କହିଛି ଯେ, ତା’ର ଅନୁମାନ ରହିଛି ଯେ, ୨୦ରୁ ୨୫ ପ୍ରତିଶତ ପର୍ଯ୍ୟନ୍ତ ମୋବାଇଲ ଶୁଳ୍କ ବଢିପାରେ ଯାହା ପୂର୍ବ ଅପେକ୍ଷା ୧୦ ରୁ ୧୫ ପ୍ରତିଶତ ଅଧିକ ରହିଛି ।

ବ୍ରୋକରେଜ ହାଉସ କହିଛି ଯେ, ଶୁଳ୍କ ବଢିବାକୁ ନେଇ କ୍ୟାସ ଫ୍ଲୋରେ ସମାଧାନ ହେବ, ଯେଉଁଥିରେ କାମ୍ପାନୀମାନ ହାଇ ମାର୍ଜିନର ଫାଇବର ବ୍ରାଣ୍ଡବେଡ,ଏଣ୍ଟରପ୍ରାଇଜ ବା ଡାଟା ସେଣ୍ଟର ଆଫରିଙ୍ଗରେ ନିବେଶ କରିବେ । ଏଥିସହ ମାର୍କେଟ ଡାୟନାମିକ୍ସରେ ବର୍ତ୍ତମାନ କୌଣସି ମଧ୍ୟ କମ୍ପାନୀ ହସ୍ତକ୍ଷେପ କରିବାକୁ ଚାହୁଁ ନାହାନ୍ତି । ବିଓଏଫଏ ନିଜ ରିପୋର୍ଟରେ କହିଛନ୍ତି ଯେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଟେଲିକମ ବିଜନେସ ରିଲାଏନ୍ସ ଜିଓର ଆଇପିଓର ସମ୍ଭାବନା ମଧ୍ୟ ସେକ୍ଟର ପାଇଁ ବଡ ଇଭେଣ୍ଟ ରୂପେ ପ୍ରମାଣିତ ହେବ ।

Related Articles

Back to top button