ତାପମାତ୍ରା ବୃଦ୍ଧି ପାଇବା କାରଣରୁ ଜଣେ ବିଏସଏଫ ଯବାନଙ୍କର ଅଂଶୁଘାତରେ ମୃତ୍ୟୁ

ରାଜସ୍ଥାନରେ ତାପମାତ୍ରା ବୃଦ୍ଧି ପାଇବା କାରଣରୁ ଜଣେ ବିଏସଏଫ ଯବାନଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଛି ।ସୂଚନା ଅନୁସାରେ, ଭାରତ-ପାକିସ୍ତାନର ଜୈସଲମେର ବର୍ଡରରେ ଦେଶକୁ ସୁରକ୍ଷା ଦେବା ପାଇଁ ବିଏସଏଫ ଯବାନମାନେ ନିୟୋଜିତ ହୋଇଛନ୍ତି । କିନ୍ତୁ ତାପମାତ୍ରା ଏତେ ଅଧିକ ଯେ, ଅଂଶୁଘାତରେ ଜଣେ ବିଏସଏଫ ଯବାନଙ୍କର ଜୀବନ ଚାଲିଯାଇଛି । ବର୍ଡରରେ ଡିଉଟି କରୁଥିବା ସମୟରେ ତାତି ଅସହ୍ୟ ହେବାରୁ ଜଣେ ବିଏସଏଫ ଯବାନ ଅସୁସ୍ଥ ହୋଇଯାଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଯବାନଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା ।

Related Articles

Back to top button