ପୁଣି ଫେରିଲା ତାତି : ୩ଟି ସହରରେ ତାପମାତ୍ରା ଟପିଲା ୪୫ ଡିଗ୍ରୀ

କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଲା ତାତି। ବୌଦ୍ଧ ସହର ସମେତ ରାଜ୍ୟର ୩ଟି ସହରରେ ତାପମାତ୍ରା ୪୫ ଟପିଛି। ବୌଦ୍ଧରେ ତାପମାତ୍ରା ୪୫.୯ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ସୋନପୁର ୪୫.୩ ଏବଂ ଟିଟିଲାଗଡ଼ ୪୫ ଡିଗ୍ରୀ ରେକର୍ଡ ହୋଇଛି।କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଥରେ ତାତି ଫେରିଛି ଏବଂ ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଉପକୂଳ ଓଡ଼ିଶାରେ ତାପମାତ୍ରା ସାଧାରଣ ଥିବା ବେଳେ ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ଅନୁଭୂତ ହେଉଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଗାମୀ ଦୁଇ ତିନି ଦିନରେ ତାପମାତ୍ରା ୩ ଡିଗ୍ରୀରୁ ୫ ଡିଗ୍ରୀ ବଢିବ।

ଆଗାମୀ ୨୪ ଘଣ୍ଟା ଗୁଳୁଗୁଳି ସ୍ଥିତି ରହିବ ଏବଂ ତାପମାତ୍ରା ବି ବୃଦ୍ଧି ପାଇବ। ୨୯ ଏବଂ ୩୦ ତାରିଖରେ ୪ ଜିଲାରେ ଗ୍ରୀଷ୍ଣ ପ୍ରବାହ ସ୍ଥିତି ଜାରି ରହିବ। ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଓ ନୂଆପଡାରେ ତାତି ବଢିବା ନେଇ ସୂଚନା‌ ରହିଛି। ୩୦ ରୁ ୧ ତାରିଖରେ କିଛି ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ପବନ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି।

Related Articles

Back to top button