ଚକୋଲେଟ୍‌ ଖାଇ ଚାଲିଗଲା ଜଣେ ଶିଶୁର ଜୀବନ

ଚକୋଲେଟ୍‌ ଖାଇ ଚାଲିଗଲା ଜଣେ ଶିଶୁର ଜୀବନ । ଏପରି ଏକ ଦୁଃଖଦ ଘଟଣା ପଞ୍ଜାବର ଲୁଧିଆନାରେ ଘଟିଛି । ସୂଚନା ଅନୁସାରେ, ପଞ୍ଜାବର ଲୁଧିଆନାରେ ଜଣେ ଶିଶୁ ଗୋଟେ ଚକୋଲେଟ୍‌ ଖାଇ ସାରିବା ପରେ ତାର ଦେହ ଖରାପ ହୋଇଯାଇଥିଲା । ପରେ ପରିବାର ଲୋକ ଶିଶୁଟିର ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ଚକୋଲେଟ୍‌ ଖାଇବା ପରେ ଶିଶୁଟିର ଦେହ ଖରାପ ହୋଇଥିବାରୁ । ସ୍ୱାସ୍ଥ୍ୟ ବିଭାଗ ଟିମ ଚକୋଲେଟ୍‌ ଆସିଥିବା ଦୋକାନ ଉପରେ ଚଢ଼ାଉ କରିଥିଲା । ପରେ ଜଣାପଡିଥିଲା ଯେ, ଶିଶୁଟି ଖାଇଥିବା ଚକୋଲେଟ୍‌ ର ଏକ୍ସପାଏରୀ ହୋଇଯାଇଥିଲା । ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି କରିଛି । ଶିଶୁଟିର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

Related Articles

Back to top button