ଏକସଙ୍ଗେ ୬ ଜଣ ଶିଶୁଙ୍କୁ ଜନ୍ମ ଦେଇଛନ୍ତି ଜଣେ ମହିଳା

ଜଣେ ମହିଳା ଏକସଙ୍ଗେ ୬ ଜଣ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ପାକିସ୍ତାନର ରାୱଲପିଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଜିଲ୍ଲା ହସ୍ପିଟାଲରେ ମହିଳା ଜଣଙ୍କ ସମସ୍ତ ଶିଶୁଙ୍କୁ ଜନ୍ମ ଦେଇଥିବା ବେଳେ ଉଭୟ ମାଆ ଓ ଶିଶୁ ଏବେ ସୁସ୍ଥ ରହିଥିବା ଡାକ୍ତର କହିଛନ୍ତି ।

ଲକ୍ଷେରେ ଏପରି ଗୋଟିଏ ମାମଲା ଘଟିଥାଏ ବୋଲି ଡାକ୍ତର କହିଛନ୍ତି । ଦୀର୍ଘ ସମୟର ଅପରେସନ ପରେ ଏହି ଚମତ୍କାର ଦେଖିବାକୁ ମିଳିଥିଲା । ଡେଲିଭରି ସମୟରେ ଅନେକ ଜଟିଳତା ଦେଖିବାକୁ ମିଳିଥିଲା । ଜନ୍ମିତ ନବଜାତଙ୍କ ମଧ୍ୟରେ ୪ ଜଣ ପୁଅ ଓ ୨ ଜଣ ଝିଅ ରହିଛନ୍ତି । ସମସ୍ତ ଶିଶୁଙ୍କ ଓଜନ ୨ ପାଉଣ୍ଡରୁ କମ୍ ରହିଥିବା ବେଳେ ସେମାନଙ୍କୁ ଆଇସିୟୁରେ ରଖାଯାଇଛି । ଏହି ଚମତ୍କାର ପରେ ଡାକ୍ତର ଓ ହସ୍ପିଟାଲର ଷ୍ଟାଫମାନେ ବେଶ୍ ଖୁସି ଅଛନ୍ତି । ଈଶ୍ୱରଙ୍କ କୃପାରୁ ମା’ ଓ ଶିଶୁଙ୍କ ଜୀବନ ବଞ୍ଚି ପାରିଥିବା ଡାକ୍ତର କହିଛନ୍ତି । ତେବେ ଏକସଙ୍ଗେ ୬ ଶିଶୁ ଜନ୍ମ ନେବା ଘଟଣାକୁ ‘ସେକ୍ସଟୁପଲେଟସ’ କୁହାଯାଏ । ଏହା ଏକ ଦୁର୍ଲ୍ଲଭ ଘଟଣା । ୪.୭ ଅରବ ଲୋକଙ୍କ ମଧ୍ୟରୁ କେବଳ ଜଣଙ୍କ କ୍ଷେତ୍ରରେ ଏଭଳି ମାମଲା ଦେଖିବାକୁ ମିଳିଥାଏ ବୋଲି ରିପୋର୍ଟରେ କୁହାଯାଇଛି ।

Related Articles

Back to top button