ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ନକ୍ସଲ ନିପାତ

ଛତିଶଗଡର ସୁକମାରେ ପୁଣି ଆଜି ସୁରକ୍ଷାବାହିନୀ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ନକ୍ସଲ ନିପାତ ହୋଇଛି ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଡିଆରଜି ଯବାନ ଓ ନକ୍ସଲମାନଙ୍କ ମଧ୍ୟରେ ସୁକମା ଜିଲ୍ଲାର ଟେଣରାଇ ତୋଲନାଇ ଜଙ୍ଗଲରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଛି । ଏହି ଏନ୍‌କାଉଣ୍ଟରରେ ସୁରକ୍ଷାକର୍ମୀମାନେ ଜଣେ ନକ୍ସଲକୁ ଗୁଳିମାରି ନିପାତ କରିଛନ୍ତି । ଏନ୍‌କାଉଣ୍ଟର ପରେ ସୁରକ୍ଷାକର୍ମୀମାନଙ୍କର ସର୍ଚ୍ଚ ଅପରେସନ ଜାରି ରହିଛି । ଏସ୍‌ପି କିରଣ ଚୌହାନ ଘଟଣା ସଂପର୍କରେ ସୂଚନା ଦେଇଛନ୍ତି ।

Related Articles

Back to top button