ବାଣ ଗୋଦାମରେ ଅଗ୍ନିକାଣ୍ଡ : ୧୩ ମୃତ

କର୍ଣ୍ଣାଟକ-ତାମିଲନାଡୁ ସୀମାନ୍ତ ଅଞ୍ଚଳରେ ଥିବା ବାଣ ଗୋଦାମରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର ପ୍ରଭାବ ୧୩ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୭ଜଣ ଗୁରୁତର ଆହତ ହୋଇଥିଲେ । ସୂଚନା ଅନୁସାରେ, ଶନିବାର କର୍ଣ୍ଣାଟକ-ତାମିଲନାଡୁ ସୀମାନ୍ତ ଅଞ୍ଚଳ ନିକଟରେ ଥିବା ଏକ ଗୋଦାମରେ ବାଣ ରଖାଯାଇଥିଲା । ଆଉ ଏହି ବାଣ ଗୋଦାମରେ ନିଆଁ ଲାଗି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଗୋଦାମ ପାଖରେ ଥିବା କେତୋଟି ଗାଡ଼ି ମଧ୍ୟ ନିଆଁରେ ଜଳିପୋଡ଼ି ନଷ୍ଟ ହୋଇଯାଇଛି ।

ସେଣ୍ଟ୍ରାଲ୍‌ ରେଞ୍ଜ୍‌ ‘ଆଇଜିପି’ଙ୍କ ସୂଚନା ଅନୁସାରେ, ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆହତଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଅଗ୍ନିକାଣ୍ଡ ଘଟିବାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଅଗ୍ନିକାଣ୍ଡର ଚିତ୍ର ଏତେ ଭୟାନକ ଥିଲା ଯେ ସାରା ଆକାଶରେ କଳା ଧୂଆଁ ଖେଳିଯାଇଥିଲା । ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଏକ ଭୟର ବାତାବରଣ ମଧ୍ୟ ଖେଳିଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Related Articles

Back to top button