ଦିଲ୍ଲୀରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ୧୩୦ ଘର

ଦିଲ୍ଲୀରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା ୧୩୦ ଘର । ଘରଗୁଡିକ ଜଳି ପୋଡି ନଷ୍ଟ ହୋଇଯାଇଛି । ସୂଚନା ଅନୁସାରେ, ଦିଲ୍ଲୀର ଶାହବାଦ ଡାଏରୀ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି । ଯାହାପ୍ରଭାବରେ ୧୩୦ ଘର ଜଳି ଯାଇଛି । ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ, ସ୍ଥାନୀୟ ଅଂଚଳ ଧୂଁଆମୟ ହୋଇଯାଇଥିଲା । ସ୍ଥାନୀୟ ଲୋକ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

ଖବର ପାଇ, ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ବହୁ ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଲିଭାଇଥିଲେ । ନିଆଁ କିପରି ଲାଗିଲା ତାର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଦିଲ୍ଲୀ ଅଲୀପୁର ମାର୍କେଟରେ ଥିବା ରଙ୍ଗ କାରଖାନାରେ ଲାଗିଥିବା ନିଆଁ ଶାହବାଦ ଡାଏରୀ ଅଞ୍ଚଳକୁ ବ୍ୟାପି ଏତେ ବଡ଼ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳୁଛି । ଏହି ଅଗ୍ନିକାଣ୍ଡରେ ୧୩୦ ଘର ସହିତ ଘରେ ଥିବା ସମସ୍ତ ଅସାବପତ୍ର ଜଳି ପୋଡି ନଷ୍ଟ ହୋଇଯାଇଛି ।

Related Articles

Back to top button