ଉତ୍ତରପ୍ରଦେଶ ଗସ୍ତରେ ଯାଇ କଳକୀ ଧାମ ମନ୍ଦିରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଉତ୍ତରପ୍ରଦେଶ ଗସ୍ତରେ ଯାଇ କଳକୀ ଧାମ ମନ୍ଦିରର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରୀତିନୀତିରେ ମନ୍ଦିରର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଭୂମିପୂଜନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ସାମିଲ ହୋଇଥିଲେ । ୫ଏକର ଜମିରେ ଏହି କଳକୀ ଧାମ ମନ୍ଦିର ନିର୍ମାଣ ହେବ । ୫ବର୍ଷରେ କାମ ଶେଷ ହେବ ବୋଲି କୁହାଯାଇଛି । ଏଥିରେ ୧୦ଟି ଗର୍ଭଗୃହ ରହିବ, ଯେଉଁଥିରେ ଭଗବାନ ବିଷ୍ଣୁଙ୍କ ୧୦ ଅବତାରର ବିଗ୍ରହ ସ୍ଥାପନ କରାଯିବ ।ଏହି ଅବସରରେ ଆଚାର୍ଯ୍ୟ କହିଛନ୍ତି ଯେ ୧୮ବର୍ଷ ପୂର୍ବର ସ୍ୱପ୍ନ ପୂରଣ କରିବାକୁ ଦେଶର କୋଣ ଅନୁକୋଣରୁ ହଜାର ହଜାର ସାଧୁ ଏଠାରେ ଏକାଠି ହୋଇଛନ୍ତି ।

Related Articles

Back to top button