ଚାରି ବର୍ଷରେ ୩୮୬ ଏସିଡ୍ ଫିଙ୍ଗା ମାମଲା, ୬୨ ଦୋଷୀ ସାବ୍ୟସ୍ତ
ଅନେକ ପଦକ୍ଷେପ ସତ୍ୱେ ଦେଶରେ ମହିଳାଙ୍କ ଉପରେ ଆକ୍ରମଣ ଆଖିଦୃଶିଆ ଭାବେ ହ୍ରାସ ପାଇନଥିବା ଜଣାପଡିଛି। ଲୋକସଭାରେ ଏ ନେଇ ସୂଚନା ଦେଇଛନ୍ତି ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ରା ସେ ଏକ ଲିଖିତ ଉତ୍ତରରେ କହିଛନ୍ତି, ୨୦୧୮ରୁ ୨୦୨୨ ମଧ୍ୟରେ ଦେଶରେ ମହିଳାମାନଙ୍କ ଉପରେ ୩୮୬ଟି ଏସିଡ୍ ଫିଙ୍ଗା ମାମଲା ଋଜୁ ହୋଇଛି।
ଶ୍ରୀ ମିଶ୍ରା କହିଛନ୍ତି, ସେହି ମାମଲାଗୁଡ଼ିକରେ ୬୨ଟି ଜଣ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେ କହିଛନ୍ତି ଏ ସମ୍ବନ୍ଧୀୟ ନିୟମର ସମୀକ୍ଷା କରି ଏସିଡ୍ ଓ ରାସାୟନିକ ପଦାର୍ଥର ବିକ୍ରୟ ଯେଭଳି ନିୟନ୍ତ୍ରିତ ହୋଇପାରିବ ତାହା ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛନ୍ତି।