ଚାରି ବର୍ଷିଆ ସ୍ନାତକ ପାଠ୍ୟକ୍ରମ ସାରିବା ପରେ ସିଧାସଳଖ ପିଏଚ୍‌‌ଡି କରିପାରିବେ ଛାତ୍ରଛାତ୍ରୀ

ଚାରି ବର୍ଷିଆ ସ୍ନାତକ ପାଠ୍ୟକ୍ରମ ସାରିବା ପରେ ସିଧାସଳଖ ପିଏଚ୍‌‌ଡି କରିପାରିବେ ଛାତ୍ରଛାତ୍ରୀ। ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଅଧ୍ୟକ୍ଷ ଏମ୍‌‌ ଜଗଦେଶ କୁମାର ସୂୂଚନା ଦେଇଛନ୍ତି। ୟୁଜିସି ଅଧ୍ୟକ୍ଷଙ୍କ ସୂଚନା ଅନୁଯାୟୀ, ଚାରି ବର୍ଷିଆ ସ୍ନାତକରେ ଏଗ୍ରିଗେଟ୍‌‌ ୭୫ ପ୍ରତିଶତ ନମ୍ବର ବା ଏହାର ସମକକ୍ଷ ଗ୍ରେଡ୍‌‌ ରଖି ପାସ୍‌ କରିଥିବା ଛାତ୍ରଛାତ୍ରୀ ନେଟ୍‌‌ ପରୀକ୍ଷା ଦେଇପାରିବେ।

ବିଭିନ୍ନ ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୫ ପ୍ରତିଶତ ନମ୍ବର କମ୍‌‌ ଧାର୍ଯ୍ୟ କରାଯାଇଛି। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଓବିସି, ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀମାନେ ଏହି ସୁବିଧା ପାଇପାରିବେ। ନେଟ୍‌‌ ପରୀକ୍ଷା ଫଳ ଅନୁସାରେ ଛାତ୍ରଛାତ୍ରୀମାନେ ପିଏଚ୍‌‌ଡି ପଢ଼଼ିବାକୁ ସୁଯୋଗ ପାଇବେ। ଏହାସହ ନେଟ୍‌‌ ପରୀକ୍ଷା ଅନୁଯାୟୀ ଜୁନିଅର ରିସର୍ଚ୍ଚ ସ୍କୋଲାରଲିପ୍‌‌(ଜେଆର୍‌‌ଏଫ୍‌‌) ମଧ୍ୟ ପାଇବାକୁ ଯୋଗ୍ୟତା ହାସଲ କରିବେ। ପୂର୍ବରୁ ସ୍ନାତକୋତ୍ତରରେ ଅନ୍ୟୁନ ୫୫ ପ୍ରତିଶତ ରଖିଥିବା ଛାତ୍ରଛାତ୍ରୀ ନେଟ୍‌‌ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହେଉଥିଲେ। ସୂଚନାଯୋଗ୍ୟ, ୨୦୨୩-୨୪ ଶିକ୍ଷା ବର୍ଷରୁ ଚାରି ବର୍ଷିଆ ସ୍ନାତକ ପାଠ୍ୟକ୍ରମ ଦେଶରେ ଆରମ୍ଭ ହୋଇଛି।

Related Articles

Back to top button