୨୩ ହଜାର ଶିକ୍ଷକଙ୍କ ନିଯୁକ୍ତିକୁ ରଦ୍ଦ : ଦରମା ଫେରାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ୍ କମିଶନଙ୍କ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଆସିଛି ହାଇକୋର୍ଟଙ୍କ ନିଷ୍ପତ୍ତି । କୋଲକାତା ହାଇକୋର୍ଟ ୨୩ ହଜାର ଶିକ୍ଷକଙ୍କ ନିଯୁକ୍ତିକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଏହି ନିଷ୍ପତ୍ତିରେ ମମତା ସରକାରଙ୍କୁ ବଡ ଝଟକା ଲାଗିଛି । କେବଳ ଏତିକି ନୁହେଁ . ୨୩ ହଜାର ଶିକ୍ଷକଙ୍କୁ ନିର୍ଦ୍ଦିଷ୍ଟ ସମୟରୁ ପାଇଥିବା ସମସ୍ତ ଦରମାକୁ ମଧ୍ୟ ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ କୋଲକାତା ହାଇକୋର୍ଟ ଜଷ୍ଟିସ୍ ଦେବାଂଶୁ ବସାକଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଶୁଣାଇଛନ୍ତି । କୋଲକାତା ଉଚ୍ଚନ୍ୟାୟଳୟ କହିଛନ୍ତି ଯେ, ୨୦୧୬ ରେ ହୋଇଥିବା ଶିକ୍ଷକ ନିଯୁକ୍ତି ମାମଲାର ତଦନ୍ତ କରିବ ସିବିଆଇ । ତେବେ ଏହି ମାମଲାରେ ପୂର୍ବରୁ ପଶ୍ଚିମବଙ୍ଗ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ଟିଏମସିର ଅନ୍ୟ ନେତା ଏବଂ ଶିକ୍ଷା ବିଭାଗର ଏକାଧିକ ଅଧିକାରୀ ଏବେ ମଧ୍ୟ ଜେଲରେ ଅଛନ୍ତି ।

ତେବେ ହାଇକୋର୍ଟର୍ଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଜ୍ଞ କରି ସୁପ୍ରିମକୋର୍ଟ ଯିବାକୁ କହିଛନ୍ତି ପଶ୍ଚିମବଙ୍ଗ ସରକାର । ସୂଚନା ମୁତାବକ, ପୂର୍ବରୁ ହାଇକୋର୍ଟର ପୂର୍ବ ଜଷ୍ଟିସ୍, ତଥା ବର୍ତ୍ତମାନର ବିଜେପି ନେତା ଏହି ମାମଲାର ଶୁଣାଣି କରି ଯାଞ୍ଚ ଦାୟିତ୍ୱ ସିବିଆଇକୁ ଦେଇଥିଲେ ଏବଂ ପାର୍ଥ ଚାଟାର୍ଜୀଙ୍କୁ ସିବିଆଇରେ ହାଜର ହେବାକୁ ନିର୍ଦ୍ଦେର୍ଶ ଦେଇଥିଲେ । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା । ଏହି ସମୟରେ ରାଜ୍ୟର ପାଖାପାଖି ୫୦୦୦ ଶିକ୍ଷକ ଚାକିରି ହରାଇଥିଲେ ।

Related Articles

Back to top button