ରିଜର୍ଭ ବ୍ୟାଙ୍କର କାର୍ଯ୍ୟାନୁଷ୍ଠାନ ପରେ ପେଟିଏମରେ ନିବେଶକଙ୍କ ୪୦ ପ୍ରତିଶତ ହୋଇଛି କ୍ଷତି

ଶୁକ୍ରବାର ଦିନ ସେୟାର ମାର୍କେଟ ଭଲ ରିଟର୍ନ ଦେଇଛି । ସେନସେକ୍ସ ୪୦୦ ପଏଣ୍ଟ ବୃଦ୍ଧି ସହ ୭୨,୦୮୫ ସ୍ତରରେ ପହଂଚିଛି । ସେହିଭଳି ନିଫ୍ଟ ବି ୧୫୬ ଅଙ୍କ ବୃଦ୍ଧି ପାଇ ୨୧,୮୫୩ ସ୍ତରରେ ପହଂଚିଛି । ସେନସେକ୍ସର ୩୦ ଟି ସେୟାର ମଧ୍ୟରୁ ୨୦ ଟି ସେୟାରର ମୂଲ୍ୟ ବୃଦ୍ଧି ପାଇଥିବା ବେଳେ ୧୦ ଟି ସେୟାରର ମୂଲ୍ୟ ହ୍ରାସ ପାଇଛି । ଆଜି ପାୱାର, ମେଟାଲ ଓ ବ୍ୟାଙ୍କିଙ୍ଗ୍ ସେକ୍ଟରରେ ଅଭିବୃଦ୍ଧି ଦେଖିବାକୁ ମିଳିଛି ।

ସେପଟେ ସରକାରଙ୍କ ଘୋଷଣା ପରେ ପେଟିଏମରେ ନିବେଶ କରିଥିବା ନିବେଶକମାନେ ନିରାଶ ହୋଇଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାନୁଆରୀ ୩୧ ତାରିଖରେ ପେଟିଏମ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ଗତ ୨ ଦିନ ମଧ୍ୟରେ ପେଟିଏମ୍ ସେୟାରର ମୂଲ୍ୟ ୪୦ ପ୍ରତିଶତ ହ୍ରାସ ପାଇଛି । ରିଜର୍ଭ ବ୍ୟାଙ୍କ ପେଟିଏମ ଉପରେ ଜାନୁଆରୀ ୩୧ ତାରିଖରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ପେଟିଏମ ସେୟାରର ମୂଲ୍ୟ ୭୬୦ ଟଙ୍କା ଥିଲା । ହେଲେ ତାହା ଫେବୃଆରୀ ପହିଲାରେ ଏହାର ମୂଲ୍ୟ ସିଧାସଳଖ ୬୦୯ ଟଙ୍କାକୁ ହ୍ରାସ ପାଇଥିଲା । ହେଲେ ଆଜି ମାର୍କେଟ କ୍ଲୋଜ ହେବା ବେଳକୁ ପେଟିଏମ ସେୟାର ୪୮୭ ଟଙ୍କାକୁ ହ୍ରାସ ପାଇଛି   । ଅର୍ଥାତ ରିଜର୍ଭ ବ୍ୟାଙ୍କ କାର୍ଯ୍ୟାନୁଷ୍ଠାନ ନେବା ପରେ ନିବେଶକଙ୍କ ୪୦ ପ୍ରତିଶତ କ୍ଷତି ହୋଇଛି ।

Related Articles

Back to top button