ମଲ୍ଲିକାର୍ଜୁନ ଖାର୍ଗେଙ୍କ କଥାରେ ହସିଲେ ପ୍ରଧାନମନ୍ତ୍ରୀ ମୋଦୀ

ରାଜ୍ୟସଭାରେ କଂଗ୍ରେସ ସଭାପତି ତଥା ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ଏପରି କିଛି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସମଗ୍ର ଗୃହର ସାଂସଦ ମାନେ ହସିବାକୁ ଲାଗିଥିଲେ । ବାସ୍ତବରେ, ଖାର୍ଗେ ଗୃହରେ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ ଆପଣଙ୍କର ଏତେ ସଂଖ୍ୟାଗରିଷ୍ଠତା ଅଛି, ପ୍ରଥମେ ଏହା 300 କ୍ରସ୍ ଥିଲା, ବର୍ତ୍ତମାନ ଏହି ସଂଖ୍ୟା 400 ହେବ ବୋଲି ସ୍ଲୋଗାନ ଦେଇଛନ୍ତି ।ଖାର୍ଗେ ଏହା କହିବା ମାତ୍ରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଜ୍ୟସଭା ଅଧ୍ୟକ୍ଷଙ୍କ ସମେତ ବିଜେପି ସାଂସଦମାନେ ହସିବା ଆରମ୍ଭ କରିଥିଲେ। ଏହା ପରେ ବିଜେପି ସାଂସଦମାନେ ଟେବୁଲ ବାଡେଇବା ଆରମ୍ଭ କରିଦେଇଥିଲେ ।ମଲ୍ଲିକାର୍ଜୁନ ଖାର୍ଗେଙ୍କ ଏହି ଭିଡିଓ ବିଜେପି ଏକ୍ସ୍ ହ୍ୟାଣ୍ଡେଲରେ ସେୟାର କରିଛି । ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଶାସକ ବିଜେପିକୁ ଦର୍ଶାଇଛନ୍ତି ଥିବା ‘ଏଥର 400 ପାରା’ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Related Articles

Back to top button