ଶକ୍ତି ଦେଖାଇବେ ବାୟୁ ବୀର : ପୋଖରନରେ ଗର୍ଜିବେ ୧୧୨ ଯୁଦ୍ଧ ବିମାନ

ରାଜସ୍ଥାନ ଜୈସଲମେରରେ ଶକ୍ତି ଦେଖାଇବେ ବାୟୁ ବୀର । ଭାରତ-ପାକିସ୍ତାନ ସୀମା ପୋଖରନରେ ଗର୍ଜିବେ ୧୧୨ ଯୁଦ୍ଧ ବିମାନ । ସୁଖୋଇ, ରାଫେଲ, ମିରାଜ, ଜାଗୁଆର ଭଳି ଯୁଦ୍ଧ ବିମାନର ଗର୍ଜନରେ ଥରି ଉଠିବ ସୀମା । ଗାଇଡେଡ ମିସାଇଲ ସହ ୧୫ ହଜାର ସେନା ଦେଖାଇବେ ନିଜର ପରାକ୍ରମ । ଏୟାରଫୋର୍ସ ସହ ଇଣ୍ଡିଆନ ଆର୍ମି ମଧ୍ୟ ନିଜ କଳା କୌଶଳର ପ୍ରଦର୍ଶନ କରିବେ । ୧୭ ଫେବ୍ରୁଆରୀରେ ହେବାକୁ ଥିବା ବାୟୁ ଶକ୍ତି ପ୍ରଦର୍ଶନୀ ପାଇଁ ସରିଛି ସମସ୍ତ ପ୍ରସ୍ତୁତି । ଏୟାର ଟୁ ଗ୍ରାଉଣ୍ଡ ଏବଂ ଏୟାର ଟୁ ଏୟାର ଆଟାକର ଅଭ୍ୟାସ କରିଛନ୍ତି ଯବାନ । ଏୟାର ଫୋର୍ସ ସହ ଇଣ୍ଡିଆନ ଆର୍ମିର ଯବାନମାନେ ଜୋରଦାର ଅଭ୍ୟାସ କରିଛନ୍ତି । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ସୀମା ସୁରକ୍ଷା ସହ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ ପ୍ରତି ୩ ବର୍ଷରେ ଭାରତୀୟ ବାୟୁ ସେନା ଓ ସ୍ଥଳ ସେନା ପକ୍ଷରୁ ଏହି ଯୁଦ୍ଧାଭ୍ୟାସ କରାଯାଇଥାଏ ।

Related Articles

Back to top button