ବଦଳିଯିବ ଆଲିଗଡ଼ର ନାମ।

ଉତ୍ତରପ୍ରଦେଶର ଆଲିଗଡର ନାମ ପରିବର୍ତ୍ତିନ ହେବ। ଖୁବ୍ ଶୀଘ୍ର ଆଲିଗଡ଼ ତାର ନୂଆ ନାମ ହରିଗଡ ଦ୍ୱାରା ଜଣାଯିବ । ଏହି ପ୍ରସ୍ତାବ ଆଲିଗଡ ମ୍ୟୁନିସିପାଲିଟି କର୍ପୋରେସନ ଦ୍ୱାରା ପାରିତ ହୋଇସାରିଛି । ବର୍ତ୍ତମାନ ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।

ଏହାକୁ ନେଇ ମେୟର ପ୍ରଶାନ୍ତ ସିଂଘଲ କହିଛନ୍ତି ଯେ, ମ୍ୟୁନିସିପାଲିଟି କର୍ପୋରେସନର ବୈଠକରେ ଏକ ପ୍ରସ୍ତାବ ଦିଆଯାଇଛି ଯେ ଆଲିଗଡର ନାମ ହରିଗଡ ନାମରେ ନାମିତ କରାଯାଉ। ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବ ପାରିତ ହୋଇଛି । ବର୍ତ୍ତମାନ ଏହାକୁ ସରକାରଙ୍କ ନିକଟକୁ ପଠାଯିବ। ମୁଁ ଆଶା କରୁଛି ସରକାର ଆମର ଦାବି ପୂରଣ କରିବେ। ସନାତନ ଧର୍ମର ପୁରାତନ ସଭ୍ୟତା ଏବଂ ପରମ୍ପରାକୁ ଆଗକୁ ନେବାକୁ ଏହି ଚାହିଦା ଆସିଛି । ଏହା ବ୍ୟତୀତ ଅନେକ ରେଳ ଷ୍ଟେସନର ନାମ ମଧ୍ୟ ପରିବର୍ତ୍ତନ କରାଯାଇଛି ।

Related Articles

Back to top button