ପଞ୍ଚମ ଦିନରେ ଅମରନାଥ ଦର୍ଶନ: ଗୁମ୍ଫାରେ ପହଞ୍ଚିଲେ ୧୯ ହଜାର ଶ୍ରଦ୍ଧାଳୁ

ଜମ୍ମୁ: ପାଗ ପ୍ରତିକୂଳ ଥିବାରୁ ଅମରନାଥ ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ବଢିବାରେ ଲାଗିଛି । ଇତିମଧ୍ୟରେ ୫ମ ଦିନରେ ଅମରନାଥ ଗୁମ୍ଫାରେ ୧୯ ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ପହଞ୍ଚିଥିବା ସୂଚନା ମିଳିଛି । ଏହାସହ ଅମରନାଥ ଶ୍ରାଇନ ବୋର୍ଡ ପକ୍ଷରୁ ଯାତ୍ରୀ ଫିଡବ୍ୟାକ ସେବା (ପିଏଫଏସ୍‌)ଆରମ୍ଭ କରାଯାଇଛି । ଏଥିରେ ଏସଏମଏସ ମାଧ୍ୟମରେ ଫିଡବ୍ୟାକ ନେଇ ଯାତ୍ରା ଶିବିରରେ ରହଣି, ସ୍ୱଚ୍ଛତା ଓ ଭୋଜନର ଗୁଣବତ୍ତାକୁ ନେଇ ଯାତ୍ରୀଙ୍କ ଟିପ୍ପଣୀ ଓ ଉପଦେଶ ନିଆଯାଉଛି । ଆଧାର ଶିବିର ଭଗବତି ନଗର ଜମ୍ମୁରୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଷଷ୍ଠ ପର୍ଯ୍ୟାୟରେ ୭୨୭୬ ଯାତ୍ରୀ ଦର୍ଶନ ପାଇଁ ବାହାରିଛନ୍ତି । ଅମରନାଥ ଯାତ୍ରାକୁ ନେଇ ଚଳିତ ବର୍ଷ ଶିବ ଭକ୍ତଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ଚଳିତ ବର୍ଷ ଦିନକୁ ଦିନ ଶ୍ର୍‌ଦ୍ଧାଳୁଙ୍କ ଭିଡ ବୃଦ୍ଧି ପାଇବାରେ ଲାଗିଛି ।

Related Articles

Back to top button