ଆଣ୍ଡାମାନ-ନିକୋବର ଦ୍ବୀପପୁଞ୍ଜରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୦

ମଙ୍ଗଳବାର ସକାଳେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପର ଝଟକା ଅନୁଭବ ହୋଇଛି । ପୋର୍ଟ ବ୍ଲେୟାରରୁ ୨୧୫ କିମି ଦୂରରେ ଥିବା ଇଏସଇରେ ସକାଳ ୫ଟା ୫୭ରେ ଭୂକମ୍ପର ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦ ବୋଲି ଜଣାପଡିଛି ।

ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜିର ତଥ୍ୟ ଅନୁସାରେ, ସକାଳେ ଆଣ୍ଡାମାନ ଓ ନିକୋବର ଥରିଥିଲା । ପୂର୍ବରୁ ମଧ୍ୟ ଏଠାରେ ଅନେକ ଥର ଭୂକମ୍ପର ଝଟକା ଅନୁଭବ ହୋଇଛି । ସକାଳର ଝଟକା ପୂର୍ବରୁ ରାତିସାରା ଏଠାରେ ୪ ଥରରୁ ଅଧିକ ଥର ଝଟକା ଲାଗିଥିଲା ।

ସେହିପରି ସୋମବାର ଦ୍ୱିପହରରେ ପଶ୍ଚିମବଙ୍ଗର କିଛି ସ୍ଥାନରେ ଭୂମିକମ୍ପର ଝଟକା ଲାଗିଥିଲା । ଏହାର କେନ୍ଦ୍ରସ୍ଥଳୀ ଆଣ୍ଡାମାନ ନିକୋବର ଥିବା ଜଣାପଡିଥିଲା । ଏତତ୍ ବ୍ଯତୀତ ଜମ୍ମୁ-କାଶ୍ମୀରର ଡୋଡା ଜିଲ୍ଲାରେ ମଧ୍ୟ ୩.୨ ତୀବ୍ରତାର ଭୂକମ୍ପ ଝଟକା ଲାଗିଥିଲା ।

Related Articles

Back to top button