ପାଗ ବଦଳିଲା, ଆଜି ସକାଳୁ ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା

କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରରେ ପାଗରେ ଉନ୍ନତି ହେବାରୁ ପହଲଗାଓଁ ଓ ବାଲତାଲ୍‍ ପଥରେ ଶ୍ରୀ ଅମରନାଥ ଯାତ୍ରା ଆଜି ସକାଳୁ ପୁଣି ଆରମ୍ଭ ହୋଇଛି। ପହଲଗାଓଁର ନୁନୁଆଁ ମୂଳଶିବିର ଓ ବାଲ୍‍ତାଲ୍‍ ପଥରେ ଗତକାଲି ମୁଷଳଧାରାରେ ବର୍ଷା ଯୋଗୁଁ ଅମରନାଥ ଯାତ୍ରା ବନ୍ଦ ରହିଥିଲା। ଆଜି ୮ହଜାର ୬୦୫ଜଣ ଯାତ୍ରୀ ମୂଳ ଶିବିରରୁ ବାଲ୍‍ତାଲ୍‍ ଅଭିମୁଖେ ଯାତ୍ରା କରୁଛନ୍ତି। ୮୭୨ଜଣ ଯାତ୍ରୀ ନୁନୁଆଁ ମୂଳଶିବିରରୁ ଚନ୍ଦନବାଡି ଅଭିମୁଖେ ଯାତ୍ରା କରୁଥିବାର ଖବର ମିଳିଛି।

ଆଜି ବଡି ଭୋର୍‍ରୁ ୫ ହଜାର ୨୮୪ ଜଣ ତୀର୍ଥଯାତ୍ରୀ ଅଷ୍ଟଦଶ ଦଫାରେ ଭଗବତୀ ନଗର ମୂଳ ଯାତ୍ରୀ ନିବାସରୁ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଯାତ୍ରୀମାନେ ୨୨୫ଟି ଯାନରେ ଜାମ୍ମୁର ମୂଳଶିବିର ଭଗବତୀ ନିବାସଠାରୁ କାଶ୍ମୀର ଅଭିମୁଖେ ଯାତ୍ରା କରିଛନ୍ତି। ଦେଶର ବିଭିନ୍ନ ଅଞ୍ଚଳରୁ ୧ ଲକ୍ଷ ୭୨ ହଜାର ୮୮୨ ଜଣ ତୀର୍ଥଯାତ୍ରୀ ପବିତ୍ର ଅମରନାଥ ଗୁମ୍ଫାରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିଛନ୍ତି।

Related Articles

Back to top button