ଲଗାଣ ବର୍ଷା ଯୋଗୁଁ ଗଜପତିରେ ପାହାଡରୁ ଖସିଲା ମାଟି ଅତଡ଼ା

ଗଜପତି: ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା ବ୍ଲକର ପାହାଡ଼ ଘେରା ଜାଙ୍ଗିଡି ତୁଲା ଗ୍ରାମରେ ପାହାଡରୁ ଖସିଲା ମାଟି ଅତଡ଼ା। ଏଥିରୁ ଅଳ୍ପକେ ବର୍ତ୍ତୀ ଯାଇଛି ଗାଁ ଲୋକଙ୍କ ଜୀବନ। ଗତକାଲି ମଧ୍ୟ ରାତିରେ ଏଭଳି ଘଟଣା ଘଟିଥିବା ଜଣାଯାଇଛି। ଲଗାଣ ବର୍ଷା ଫଳରେ ନିକଟସ୍ଥ ପାହାଡ଼ରୁ ମାଟି ଅତଡ଼ା ଧସି ସମ୍ପୃକ୍ତ ଗ୍ରାମ ଭିତରକୁ ପ୍ରବେଶ କରିଛି।

ଗ୍ରାମ ଭିତରେ ପାହାଡ଼ ଅତଡ଼ା ଧସି ମାଟି, ପଥର, ଗଛ, ଗୋଡି କାଦୁଆ ପାଣି ସବୁ ଝରଣା ଭଳି ପ୍ରବଳ ସୁଅରେ ପ୍ରବେଶ କରିଥିଲା। ଏଥିରେ ଗୋଟିଏ ଘର ଭାଙ୍ଗି ନଷ୍ଟ ହୋଇ ଯାଇଥିବା ବେଳେ ଗ୍ରାମକୁ ଯିବା ରାସ୍ତା ମଧ୍ୟ ଯୋଗାଯୋଗ ବିଛିନ୍ନ ହୋଇ ଯାଇଥିବା ଜଣାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ସମେତ ପୁଲିସ ଓ ଅଗ୍ନିଶମ ଦଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଉଦ୍ଧାର କାର୍ଯ୍ୟ ଓ ପରିସ୍ଥିତି ସ୍ୱାଭାବିକ ପାଇଁ ପୁଲିସ ଓ ଅଗ୍ନିଶମ ଦଳ ପ୍ରୟାସ ଜାରୀ ରଖିଥିବା ଜଣାଯାଇଛି।

 

Related Articles

Back to top button