କେଜ୍ରୱାଲଙ୍କ ପ୍ରଶ୍ନର ଉତ୍ତର ଦେଲେ ଅମିତ ଶାହା

ଆଜି କେଜ୍ରିୱାଲ ବିଜେପିକୁ ପ୍ରଶ୍ନ କରି କହିଥିଲେ ଯେ, ତୁମର ପ୍ରଧାନମନ୍ତ୍ରୀ କିଏ ହେବ । ଆପଣ ହୁଏତ ଭାବୁଥିବେ ଯେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ, କିନ୍ତୁ ନା, ଆସନ୍ତା ବର୍ଷ ମୋଦି ୭୫ ବର୍ଷ ବୟସ ଅତିକ୍ରମ କରୁଛନ୍ତି । ସେ ନିଜେ ୨୦୧୪ରେ ନିୟମ କରିଥିଲେ ଯେ ୭୫ ବର୍ଷର ଲୋକଙ୍କୁ ଅବସର ଦିଆଯିବ।ପ୍ରଥମେ ଲାଲ କୃଷ୍ଣ ଆଡଭାନୀ ଏବଂ ପରେ ଅବସର ନେଇଛନ୍ତି ମୁରଲି ମନୋହର ଯୋଶୀ । କେଜ୍ରିୱାଲ କହିଥିଲେ ଯେ ଏଭଳି ପରିସ୍ଥିତିରେ ଯଦି ବିଜେପି ସରକାର ଗଠନ କରେ ତେବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦେଶର ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି କହିଥିଲେ କେଜ୍ରିୱାଲ । ଆଉ ବର୍ତ୍ତମାନ କେଜ୍ରିୱାଲଙ୍କ ଏହି ପ୍ରଶ୍ନର ଜବାବ ଦେଇଛନ୍ତି ଅମିତ ଶାହା ।

ଶାହା କହିଛନ୍ତି ଯେ ବିଜେପିର ସମ୍ବିଧାନରେ କୁହାଯାଇନାହିଁ ଯେ ୭୫ ବର୍ଷ ବୟସ ପରେ କୌଣସି ଦଳର ନେତା ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ । ନରେନ୍ଦ୍ର ମୋଦୀ ନିର୍ବାଚନ ଜିତି ତୃତୀୟ ଥର ପାଇଁ ବିଜେପିର ପ୍ରଧାନମନ୍ତ୍ରୀ ହେବେ ଓ ସେ ୭୫ ବର୍ଷ ବୟସ ପରେ ବି ପ୍ରଧାନମନ୍ତ୍ରୀ ରହିବେ । ପିଏମ ମୋଦୀ କେବଳ ଏହି କାର୍ଯ୍ୟକାଳ ପୂରଣ କରିବାକୁ ଯାଉନାହାନ୍ତି, ବରଂ ଭବିଷ୍ୟତରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ନେତୃତ୍ୱ ଜାରି ରଖିବେ । ଏହାକୁ ନେଇ ଦେଶରେ କୌଣସି ଦ୍ୱନ୍ଦ୍ୱ ନାହିଁ। “

Related Articles

Back to top button