ରଥଖଳାରରେ ରଥନିର୍ମାଣ କାମ ଆରମ୍ଭ କରିଛନ୍ତି ବିଶ୍ୱକର୍ମା ମହାରଣା

ଶୁକ୍ରବାର ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରଥକାଠ ଅନୁକୁଳ କରାଯାଇଛି । ଏହାପରେ ରଥଖଳାରେ ରଥନିର୍ମାଣ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଶ୍ରୀନହର ସ୍ଥିତ ରଥଖଳାରରେ ବିଶ୍ୱକର୍ମା ମହାରଣା ରଥନିର୍ମାଣ କାମ ଆରମ୍ଭ କରିଛନ୍ତି । ପ୍ରଥମେ ତିନିରଥ ପାଇଁ ତୁମ୍ବ ନିର୍ମାଣ କାମ ଜାରି ରହିଛି । ଏବଂ କରତି ସେବାୟତମାନେ ତୁମ୍ବ ନିର୍ମାଣ ପାଇଁ ଫାଶୀ କାଠ ଚିରଟ ଆରମ୍ଭ କରିଛନ୍ତି ।ରଥ ପାଇଁ ରଥଖଳା ଚଳଚଂଚଳ ହୋଇ ଉଠିଛି ।

ଆଉ ରଥକାମ ଆରମ୍ଭ ହୋଇଥିବାରୁ ଶ୍ରୀମନ୍ଦିର କାର‌୍ୟ୍ୟାଳୟ ନିକଟରେ ଭୋଇ ସେବକଙ୍କ ଦ୍ବାରା ୩ଟି ଚାଳିଆ ପ୍ରସ୍ତୁତ ହୋଇଛି। ଏହି ଚାଳିଆ ତଳେ ମହାରଣା ସେବାୟତ ମାନେ ରଥକାମ କରିବେ। ରୂପକାରମାନେ ରଥ ଅଳଙ୍କରଣ କାର‌୍ୟ୍ୟ କରିବେ। କରତୀ ସେବକମାନେ ତୁମ୍ବ କାଟିବେ । ଚାଳି ତଳେ ପ୍ରଥମେ ଚକ କାର‌୍ୟ୍ୟ କରିବେ ସେବକ। ରଥ ନିର୍ମାଣ ପାଇଁ ଆବଶ୍ୟକ ରଥ କାଠ ବିଭିନ୍ନ ବନଖଣ୍ଡ ଅଞ୍ଚଳରୁ ଆସି ପହଁଚୁଛି। ରଥ କାର‌୍ୟ୍ୟ ପାଇଁ ରଥ ଖଳାରେ ନିୟୋଜିତ ହେବାକୁ ଥିବା ସେବକ ମାନଙ୍କର ସମସ୍ତ ଅନୁସାଙ୍ଗିକ ବ୍ୟବସ୍ତା ମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ।

Related Articles

Back to top button