ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନକୁ ରାଉଜ ଏଭେନ୍ୟୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟୀର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନକୁ ରାଉଜ ଏଭେନ୍ୟୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ସେ ମଦ ଦୁର୍ନୀତି ମାମଲାରେ ଅନ୍ତରୀଣ ଜାମିନ ପାଇଁ ପିଟିସନ ଦାଖଲ କରିଥିଲେ ।

ଏଥିସହ ରାଉଜ ଏଭେନ୍ୟୁ କୋର୍ଟ ୧୪ ଦିନ ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ବଢାଇଦେଇଛନ୍ତି । ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଶୁଣାଣି ୧୯ ଜୁନ ପର୍ଯ୍ୟନ୍ତ ବଢାଇଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଭିଡିଓ କନଫ୍ରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯାଇଥିଲା ।

ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ୨୧ ମାର୍ଚ୍ଚରେ ଗିରଫ କରିଥିଲେ । ଏହି ଗିରଫକୁ ନେଇ ମୁଖ୍ୟମନ୍ତ୍ରୀ ସୁପ୍ରିମକୋର୍ଟ ୧୦ ମେ ରେ ଲୋକସଭା ନିର୍ବାଚନ ପ୍ରଚାର ପାଇଁ ୨୧ ଦିନର ଅନ୍ତରୀଣ ଜାମିନ ଦେଇଥିଲେ ଏବଂ କହିଥିଲେ ଯେ, ସେ ଦୁଇ ଜୁନରେ ସରେଣ୍ଡର କରିବେ । ତେବେ ଅରବିନ୍ଦ କେଜ୍ରିୱାଲ ମାତା-ପିତାଙ୍କ ଆର୍ଶୀବାଦ ନେଇ ଜୁନ ୨ ତାରିଖରେ ସରେଣ୍ଡର କରିଛନ୍ତି ।

Related Articles

Back to top button