ଆଜିଠୁ ଜୁନ ୯ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ ରାଷ୍ଟ୍ରପତି ଭବନ

ଆଜିଠୁ ଜୁନ ୯ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ ରାଷ୍ଟ୍ରପତି ଭବନ । ରାଷ୍ଟ୍ରପତି ଭବନ (ସର୍କିଟ -୧)ରେ ସାଧାରଣ ଲୋକମାନେ ମୁଖ୍ୟ ଭବନ, ସ୍ବାଗତ କକ୍ଷ, ଗେଷ୍ଟ ୱିଙ୍ଗ୍, ଅଶୋକ ହଲ୍, ଡ୍ରଇଂ ରୁମ୍, ଲାଇବ୍ରେରୀ ଇତ୍ୟାଦି ପରିଦର୍ଶନ କରିଥାନ୍ତି । କିନ୍ତୁ ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ସମାରୋହ ପାଇଁ ରାଷ୍ଟ୍ରପତି ଭବନ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଦେଶରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । ବିଜେପିର ବିଜୟ ପାଇଁ ସବୁଠି ଆନନ୍ଦର ଲହର ।

Related Articles

Back to top button