ଦେଶର ପ୍ରଥମ ଡେୟରୀ କମ୍ପାନୀ ଭାବେ ଅମୂଲ ଆମେରିକାରେ କ୍ଷୀର ମଧ୍ୟ ବିକ୍ରି କରିବ ।

ଦେଶର ସର୍ବବୃହତ ଡେୟରୀ ବ୍ରାଣ୍ଡ ଅମୂଲ ଏକ ନୂଆ ଇତିହାସ ରଚିଛି । ଏହି ବ୍ରାଣ୍ଡର ମାଲିକ ଗୁଜରାଟ କୋ-ଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ ଏବେ ଆମେରିକାରେ ନିଜର ପ୍ରଡକ୍ଟ ଲଞ୍ଚ କରିବାକୁ ଯାଉଛି । ଦେଶର ପ୍ରଥମ ଡେୟରୀ କମ୍ପାନୀ ଭାବେ ଅମୂଲ ଆମେରିକାରେ କ୍ଷୀର ମଧ୍ୟ ବିକ୍ରି କରିବ । ଭାରତୀୟ ବଜାରରେ ଅମୂଲ ବ୍ରାଣ୍ଡର ଲକ୍ଷ ଲକ୍ଷ ଲିଟର ଫ୍ରେଶ କ୍ଷୀର ବିକ୍ରି କରାଯାଉଥିବା ବେଳେ ଏଣିକି ତାହା ଆମେରିକାରେ ବି ଉପଲବ୍ଧ ହେବ । ଅମୂଲ ସେଠାରେ ଫ୍ରେଶ ମିଲ୍କ ସେଗମେଣ୍ଟରେ କାମ କରିବ ।

ଆମେରିକାରେ ଅମୂଲ ବ୍ରାଣ୍ଡର କ୍ଷୀର ବିକ୍ରି କରିବା ପାଇଁ ଗୁଜରାଟ କୋ-ଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡେରେସନ (ଜିସିଏମଏମଏଫ) ଆମେରିକାର ୧୦୮ ବର୍ଷର ପୁରୁଣା ଡେୟରୀ ‘ମିଶିଗନ ମିଲ୍କ ପ୍ରଡ୍ୟୁସର୍ସ ଆସୋସିଏସନ’ ସହ ଡିଲ୍ କରିଛି । ଏ ବାବଦରେ ଜିସିଏମଏମଏଫର ମ୍ୟାନେଜିଂ ଡାଇରେକ୍ଟର ଜୟେନ ମେହତା କୋ-ଅପରେଟିଭର ବାର୍ଷିକ ବୈଠକରେ ଘୋଷଣା କରିଛନ୍ତି । ପ୍ରଥମ ଥର ପାଇଁ ଅମୂଲ ବ୍ରାଣ୍ଡର ଫ୍ରେଶ ମିଲ୍କ ରେଞ୍ଜକୁ ଭାରତ ବାହାରେ ଆମେରିକା ପରି ମାର୍କେଟରେ ଲଞ୍ଚ କରାଯିବ । ଆମେରିକାରେ ବହୁ ସଂଖ୍ୟକ ମୂଳ ଭାରତୀୟ ବାସିନ୍ଦା ରହୁଛନ୍ତି । ଅମୂଲ କ୍ଷୀରକୁ ଆମେରିକାରେ ଏକ ଗ୍ୟାଲନ (୩.୮ ଲିଟର) ଓ ଅଧା ଗ୍ୟାଲନ (୧.୯ ଲିଟର)କୁ ପ୍ୟାକେଜିଂ କରି ବିକ୍ରି କରାଯିବ ।

Related Articles

Back to top button