ମସ୍କୋରେ ଆତଙ୍କୀ ହମଲା : ଗୁଳିମାଡରେ ୬୦ ଜଣଙ୍କର ମୃତ୍ୟୁ

ରୁଷ ରାଜଧାନୀ ମସ୍କୋରେ ଆତଙ୍କୀ ହମଲା। ମସ୍କୋର ଏକ କନସର୍ଟ ହଲରେ ଆଖିବୁଜା ଗୁଳିମାଡ ହୋଇଛି। ଗୁଳିମାଡରେ ୬୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୪୫ରୁ ଅଧିକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି। ୪ରୁ ୫ ଆତଙ୍କବାଦୀ ଗୁଳିମାଡ କରିଥିବା ଜଣାପଡିଛି। ଗୁଳିକାଣ୍ଡ ପରେ ମଲରେ ହଇଚଇ ସୃଷ୍ଟି ହୋଇଥିଲା । ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଧିରେ ଧିରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୭୦ରେ ପହଞ୍ଚିଛି । ତେବେ ଗୁଳିମାଡର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଭିଡିଓରେ ଆକ୍ରମଣକାରୀମାନେ ସେନା ୟୁନିଫର୍ମ ପିନ୍ଧିଥିବା ଦେଖିବାକୁ ମିଳିଛି । ଆକ୍ରମଣକାରୀମାନେ କ୍ରୋକସ୍ ସିଟି ହଲ୍ ଉପରକୁ ଗ୍ରେନେଡ୍ ଫିଙ୍ଗିଥିଲେ, ଯାହା ଫଳରେ ମଲ୍ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ମଲ୍ ରେ ଏବେ ବି ଶହ ଶହ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସେପଟେ ମସ୍କୋ ଉପରେ ହୋଇଥିବା ଆକ୍ରମଣକୁ ନେଇ ରୁଷର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତି ଜାରି କରିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଆକ୍ରମଣକୁ ତୀବ୍ର ନିନ୍ଦା କରିଛି । ତେବେ, ଏହି ଗୁଳି ଚାଳନା ପାଇଁ ଆତଙ୍କୀ ସଂଗଠନ ଆଇଏସଆଇ ନିଜକୁ ଦାୟୀ କରିଛି।

Related Articles

Back to top button