ଚିକିତ୍ସା ନାମରେ ଗୁଣି ଗାରେଡ଼ି ରୋକିବାକୁ ଆସାମ ସରକାରଙ୍କ କଡା ଆଭିମୁଖ୍ୟ

ଆଜି ବି ଭାରତରେ ଅନେକ ରାଜ୍ୟ ଅଛି ଯେଉଁଠାରେ କଳା ଗୁଣି ଗାରେଡି କରାଯାଏ । ତେବେ ଏହାକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟ ସରକାର ଆଇନ କାର୍ଯ୍ୟକାରୀ ମଧ୍ୟ କରିଛନ୍ତି । ବର୍ତ୍ତମାନ ଚିକିତ୍ସା ନାମରେ କରାଯାଉଥିବା ଗୁଣି ଗାରେଡ଼ିକୁ ନେଇ ଆସାମ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଚିକିତ୍ସା ନାମରେ ଗୁଣି ଗାରେଡ଼ି ଆରୋଗ୍ୟ ପ୍ରଥା ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାର ନେଇଛନ୍ତି ନିଷ୍ପତ୍ତି ।

ଏପରି ଚିକିତ୍ସା ଶେଷ କରିବାକୁ ସରକାର ଏକ ବିଲ ଅନୁମୋଦନ କରିଛନ୍ତି । ଗୁଣି ଗାରେଡି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ଦଣ୍ଡବିଧାନ ପାଇଁ ବିଲରେ ବ୍ୟବସ୍ଥା ରହିଛି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଶର୍ମା କହିଛନ୍ତି ଏକ ଉତ୍ସର୍ଗୀକୃତ ନିରନ୍ତର ବିକାଶ କାର୍ଯ୍ୟକ୍ରମ ପାଇଁ କ୍ୟାବିନେଟ ୧୦ଟି ସହରକୁ ମଧ୍ୟ ଚୟନ କରିଛି ଏବଂ ରାଜ୍ୟ ମ୍ୟୁନିସିପାଲିଟି କ୍ୟାଡରରେ ସଂସ୍କାର ଆଣିବାକୁ ପ୍ରସ୍ତାବ ଦେଇଛି । ଏଥି ସହିତ, ମନ୍ତ୍ରୀ ପରିଷଦ ଆସାମ ଉପଚାର ପ୍ରଥା ବିଲ, ୨୦୨୪ କୁ ଅନୁମୋଦନ କରାଯାଇଛି ।

Related Articles

Back to top button