ହଲଦ୍ୱାନୀ ହିଂସାର ମାଷ୍ଟର ମାଇଣ୍ଡ୍ ଅଦ୍ଭୁଲ ମଲିକକୁ ଗିରଫ କରିଛି ପୋଲିସ୍

ଉତ୍ତରାଖଣ୍ଡର ନୈନୀତାଲର ହଲଦ୍ୱାନୀ ବନଭୂଲପୁରାରେ ହିଂସା ଘଟଣାରେ ପୋଲିସ କଡ଼ା ପଦକ୍ଷେପ ନେଇଛି Iହଲଦ୍ୱାନୀ ହିଂସାର ମାଷ୍ଟର ମାଇଣ୍ଡ୍ କୁହାଯାଉଥିବା ଅଦ୍ଭୁଲ ମଲିକକୁ ଗିରଫ କରିଛି ପୋଲିସ୍। ବନଭୂଲପୁରା ମାମଲାରେ ମୁଖ୍ୟ ଅଭିଯୁକ୍ତ ମଲିକକୁ ଦିଲ୍ଲୀରୁ ପୋଲିସ ଗିରଫ କରିଛି।ଏହି ହିଂସା ଘଟଣାରେ ପୂର୍ବରୁ ପୋଲିସ ସପା ନେତାଙ୍କ ଭାଇ, ଦୁଇ ପୂର୍ବତନ କର୍ପୋରେଟର ସମେତ ପାଞ୍ଚ ଜଣକୁ ଗିରଫ କରିସାରିଛି। ଆହୁରି ମଧ୍ୟ ପଥର ମାଡ଼, ପେଟ୍ରୋଲ ବୋମା, ଅବୈଧ ହତିଆର ଏବଂ ପୋଡ଼ାଜଳାରେ ସାମିଲ ପ୍ରାୟ ୧୦୦ ଜଣ ସନ୍ଦିଗ୍ଧ ଅପରାଧୀଙ୍କୁ ମଧ୍ୟ ଅଟକ ରଖାଯାଇଛି।କେବଳ ସେତିକି ନୁହେଁ, ପୋଲିସ ୫ ହଜାର ଲୋକଙ୍କ ଉପରେ ଏଫଆଇଆର ମଧ୍ୟ ରୁଜୁ ହୋଇଛି ।

ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀଙ୍କ ନିର୍ଦ୍ଦେଶରେ ପୋଲିସ ଦିନରାତି ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି I ଗତ ଚାରି ଦିନ ହେବ କର୍ଫ୍ୟୁ ଜାରି ରହିଛି। ପୋଲିସ ଟିମ୍ ଏବେବି ଦିଲ୍ଲୀ-ଏନସିଆର, ୟୁପି, ହରିୟାଣାରେ ରେଡ଼ ଚଳାଇଛି ।

Related Articles

Back to top button