ଦୀପତ୍ସୋବ ପୂର୍ବରୁ ଅଯୋଦ୍ଧାକୁ ରାମମୟ କରିବାକୁ ନେଇ ଜୋରଦାର ପ୍ରସ୍ତୁତି

ଅଯୋଦ୍ଧା: ଉତ୍ତରପ୍ରଦେଶର ଯୋଗୀ ସରକାର ଚଳିତ ବର୍ଷ ଦୀପତ୍ସୋବ ପୂର୍ବରୁ ଅଯୋଦ୍ଧାକୁ ରାମମୟ କରିବାକୁ ନେଇ ଜୋରଦାର ପ୍ରସ୍ତୁତି ଚଲାଇଛନ୍ତି । ଯୋଗୀ ସରକାର ନ୍ୟାସନାଲ ହାଇୱେରେ ଭଗବାନ ଶ୍ରୀ ରାମ ଓ ଋଷି ମୁନିଙ୍କ ମୂର୍ତ୍ତି ଲଗାଉଛନ୍ତି । ଅଯୋଦ୍ଧାର ମହାଦତ୍ତଗଞ୍ଜଠୁ ନେଇ ନୟା ଘାଟ ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଭଗବାନ ଶ୍ରୀରାମଙ୍କ ବାଲ୍ୟକାଳଠୁ ନେଇ ଯୁବାବସ୍ଥା ପର୍ଯ୍ୟନ୍ତ ୧୨ ମୂର୍ତ୍ତି ଲଗାଯିବ ବୋଲି ଜଣାପଡ଼ିଛି ।

ସେହିପରି ଅଯୋଦ୍ଧା ସହ ଜଡ଼ିତ ଲଖନଊ ଗୌରଖପୁର ମାର୍ଗକୁ ଶ୍ରୀରାମ ମାର୍ଗ ରୂପେ ପ୍ରସ୍ତୁତ କରାଯାଇଛି । ସରକାର ଅଯୋଦ୍ଧା ଆସୁଥିବା ଅନେକ ଶ୍ରଦ୍ଧାଳୁଙ୍କୁ ଭଗବାନ ଶ୍ରୀରାମଙ୍କ ବିଭିନ୍ନ ରୂପର ଦର୍ଶନ କରାଇବେ ବୋଲି କହିଛନ୍ତି । ଅଯୋଦ୍ଧାର ଜାତୀୟ ରାଜପଥକୁ ୬ ଲେନ ସହ ଯୋଡ଼ାଯାଇ ରାମାୟଣ ପ୍ରସଙ୍ଗକୁ ଧାଡ଼ି କରି ସଜାଯିବ ।

Related Articles

Back to top button