କେବିସି-୧୪ର ପ୍ରଥମ କୋଟିପତି ହେଲେ କବିତା ଚାୱଲା

ଅମିତାଭ ବଚ୍ଚନଙ୍କ କୁଇଜ ରିଆଲିଟି ଶୋ’ କୌନ ବନେଗା କରୋଡପତି-୧୪ରେ ପ୍ରଥମ କୋଟିପତି ଜଣେ ଗୃହିଣୀ ହୋଇଛନ୍ତି। କୋଲହାପୁରର ୪୫ ବର୍ଷ ବୟସ୍କା କବିତା ଚାୱଲା ୧ କୋଟି ପ୍ରଶ୍ନର ସଠିକ ଉତ୍ତର ଦେଇ ଚଳିତବର୍ଷର ପ୍ରଥମ କୋଟିପତି ହୋଇପାରିଛନ୍ତି। ବର୍ତ୍ତମାନ ୭.୫ କୋଟି ପ୍ରଶ୍ନ ପାଇଁ ଖେଳିବାକୁ ଯାଉଛନ୍ତି। ଶୋ’ର ଏକ ନୂଆ ପ୍ରୋମୋ ସାମ୍ନାକୁ ଆସିଛି। ଭିଡିଓରେ କବିତା ୧ କୋଟି ଜିତିବା ପରେ ବିଗ ବି ବହୁତ ଖୁସି ହୋଇଯାଇଛନ୍ତି।

ଶୋ’ରେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କବିତା ଚାୱଲା ଅନେକ କଥା କହିଥିଲେ। ଏହା ଶୁଣି ବିଗ ବି ମଧ୍ୟ ଭାବପ୍ରବଣ ହୋଇଥିଲେ। କବିତା କହିଛନ୍ତି, ଦଶମ ପରେ ତାଙ୍କ ପିତା ଅଧିକ ଅଧ୍ୟୟନ କରିବାକୁ ମନା କରିଦେଇଥିଲେ। କିନ୍ତୁ ସ୍କୁଲ ଶିକ୍ଷକ ପିତାଙ୍କୁ ଅନେକ ବୁଝାଇବା ପରେ ଶେଷରେ ସେ ଦ୍ୱାଦଶ ଶ୍ରେଣୀ ପାସ କରିବାରେ ସକ୍ଷମ ହୋଇଥିଲେ। କେବିସି ଆରମ୍ଭ ହେବା ଦିନଠାରୁ ସେ ଏହି ଶୋ’ର ଅଂଶ ହେବାକୁ ଚାହୁଁଥିଲି। କେବିସି ଆସି ସ୍ବପ୍ନ ପୂରଣ କରିବାକୁ ୨୧ ବର୍ଷ ୧୦ ମାସ ଲାଗିଛି।

Related Articles

Back to top button