ବାବା ରାମଦେବଙ୍କୁ ଶକ୍ତ ଝଟକା : ଦେବାକୁ ପଡିବ ୪.୫ କୋଟି ଟଙ୍କା ଟିକସ

ଯୋଗ ଶିବିର ଆୟୋଜନ କରୁଥିଲେ ଆଉ ଟିକସରୁ ବର୍ତ୍ତିପାରିବେନି ଯୋଗ ଗୁରୁ ବାବା ରାମଦେବ । ଏନେଇ ସୁପ୍ରିମକୋର୍ଟରୁ ରାମଦେବଙ୍କୁ ମିଳିଛି ବଡ଼ ଝଟକା । ଅକ୍ଟୋବର ୨୦୦୬ରୁ ମାର୍ଚ୍ଚ ୨୦୧୧ ମଧ୍ୟରେ କରାଯାଇଥିବା ଯୋଗ ଶିବିର ପାଇଁ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟକୁ ସୁଧ ସମେତ ୪.୫ କୋଟି ଟଙ୍କା ଟିକସ ଦେବାକୁ ପଡିବ ।

ଏହି ଶିବିରରେ ପ୍ରବେଶ ଶୁଳ୍କ ନିଆଯାଉଥିବାରୁ ଏହା ହେଲ୍ଥ ଆଣ୍ଡ ଫଟନେସ୍ ସେବା ଅଧିନରେ ଆସୁଥିବା କହିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ ସେବା ଟିକସ ଅପିଲ ଟ୍ରିବ୍ୟୁନାଲର ନିଷ୍ପତ୍ତିିକୁ ସମର୍ଥନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାସହ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟର ଆବେଦନକୁ ଖାରଜ କରିବା ସହ ଟ୍ରିବ୍ୟୁନାଲ ଆଦେଶରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ ।

Related Articles

Back to top button