ବାଲଟ ପେପରରେ ମତଦାନ ଆବେଦନ ଖାରଜ : ଇଭିଏମ ଦ୍ବାରା ହିଁ ହେବ ନିର୍ବାଚନ

ଭିଭିପାଟକୁ ଯାଞ୍ଚ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଇଲେକ୍ଟ୍ରୋନିକ ଭୋଟିଂ ମେସିନ ସହ ଭିଭିପାଟ (VVPAT) ଜରିଆରେ ବାହାରିଥିବା ପେପର ସ୍ଲିପ୍ ୧୦୦ ପ୍ରତିଶତ ଯାଞ୍ଚ କରିବା ସଂକ୍ରାନ୍ତ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରି ସବୁ ଭିଭିପିଏଟି ସ୍ଲିପ୍ ଗଣତି କରାଯିବନି ବୋଲି ରାୟ ଦେଇଛନ୍ତି।

ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି- କୌଣସି ବ୍ୟବସ୍ଥା ଉପରେ ଭାରସାମ୍ଯମୂଳକ ଦୃଷ୍ଟିଭଙ୍ଗୀ ଜରୁରୀ। କୌଣସି ପ୍ରକ୍ରିୟାକୁ ଦିଗହୀନ ଭାବେ ବିରୋଧ କରିବା ଅନୁଚିତ। ସଂହତି ରକ୍ଷା କରିବା ହିଁ ଗଣତନ୍ତ୍ରର କର୍ତ୍ତବ୍ଯ। ଏହା ଉପରେ ଭରସା ରଖିବା ଆବଶ୍ଯକ। ତେବେ ଇଭିଏମ୍‌ର କଣ୍ଟ୍ରୋଲ ୟୁନିଟ, ବାଲଟ ୟୁନିଟ ଓ ଭିଭିପିଏଟିକୁ ସଂପୃକ୍ତ କମ୍ପାନିର ଇଂଜିନିୟର ଯାଞ୍ଚ କରିବେ।

ଏହା ସହ ବାଲଟ ପେପରରେ ମତଦାନ ନେଇ ହୋଇଥିବା ଆବେଦନକୁ ବି କୋର୍ଟ ଖାରଜ କରିଛନ୍ତି। ଇଭିଏମ ଦ୍ବାରା ହିଁ ନିର୍ବାଚନ ହେବ। ଗଣତିଣତି ହୋଇ ଫଳାଫଳ ଘୋଷଣାର ୪୫ ଦିନ ଯାଏ ଭିଭିପାଟକୁ ଷ୍ଟୋରରୁମରେ ସୁରକ୍ଷିତ ରଖାଯିବ । ଯଦି କୌଣସି ପ୍ରାର୍ଥୀ ଭିଭିପାଟ କ୍ରସ-ଭେରିଫିକେସନ ଲାଗି ଆବେଦନ କରନ୍ତି ତେବେ ତାଙ୍କୁ ଅର୍ଥ ଜମାକରିବାକୁ ପଡିବ। ଯଦି ଏଥିରେ କିଛି ତ୍ରୁଟି ଥାଏ ତେବେ ତାଙ୍କୁ ତାଙ୍କ ଅର୍ଥ ଫେରସ୍ତ କରାଯିବ। ବର୍ତ୍ତମାନ ଥିବା ବ୍ଯବସ୍ଥା ଅନୁସାରେ ପ୍ରତି ବିଧାନସଭା ମଣ୍ଡଳୀରେ କୌଣସି ୫ଟି ଇଭିଏମକୁ କ୍ରସ ଭେରିଫିକେସନ କରିବାର ବ୍ଯବସ୍ଥା ରହିଛି ବୋଲି କୋର୍ଟ କହିଛନ୍ତି ।

Related Articles

Back to top button