ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ Z+ ସୁରକ୍ଷା ଦେଲେ କେନ୍ଦ୍ର ସରକାର

କୋଲାକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କୁ ଜେଡ୍‌ ପ୍ଲସ୍ ସୁରକ୍ଷା ଦେଲେ କେନ୍ଦ୍ର ସରକାର। ତାଙ୍କ ଜୀବନକୁ ବିପଦ ଥିବା ଗୁଇନ୍ଦା ସୂଚନା ପରେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ବେଙ୍ଗଲ ରାଜ୍ୟପାଳଙ୍କୁ ଏହି ସୁରକ୍ଷା ଦିଆଯାଇଛି।

ସୁରକ୍ଷା ମିଳିବା ପରେ ପୂରା ଦେଶରେ ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ ଫୋର୍ସ(CRPF) କମାଣ୍ଡୋମାନେ ରାଜ୍ୟପାଳ ବୋଷଙ୍କୁ ସୁରକ୍ଷା ଦେବେ। ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ପରେ ପଶ୍ଚିମବଙ୍ଗରେ ହୋଇଥିବା ହିଂସାକୁ ନେଇ ତଦନ୍ତ ହୋଇଥିଲା। ଆଉ ଏହି ତଦନ୍ତକାରୀ କମିଟିରେ ସିଭି ଆନନ୍ଦ ବୋଷ ରହିଥିଲେ। ଏହାପରେ ତାଙ୍କୁ ହିଁ ପଶ୍ଚିମବଙ୍ଗରେ ରାଜ୍ୟପାଳ ନିଯୁକ୍ତ କରାଯାଇଛି।

ବିଶିଷ୍ଟ ବ୍ୟକ୍ତି କିମ୍ବା ନେତାଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସୁରକ୍ଷାକୁ ବ୍ୟବସ୍ଥାକୁ  ମଖ୍ୟତଃ ୫ଟି ଗ୍ରୁପରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା –ଏକ୍ସ, ୱାଇ, ଜେଡ୍, ଜେଡ୍‌ପ୍ଲସ୍‌, ଏସ୍‌ପିଜି(X, Y, Z, Z+, SPG)  ଯୋଗାଇ ଦିଆଯାଇଥାଏ। ଏହା ବାଦ୍ ସୁରକ୍ଷା ବ୍ୟବସ୍ଥାର ଆହୁରି କିଛି ବିଶେଷତ୍ୱ ରହିଛି।

ଏଗୁଡ଼ିକ ମଧ୍ୟରୁ ଜେଡ୍ ପ୍ଲସ ସୁରକ୍ଷା ସବୁଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଥାଏ। ଏଥିରେ ୩୫ରୁ ୪୦ କମାଣ୍ଡୋ ସୁରକ୍ଷିତ ବ୍ୟକ୍ତି ଚାରିପଟୁ ଘେରି ରହିଥାନ୍ତି। ତେବେ ବ୍ୟକ୍ତିଙ୍କୁ କିପରି ଧମକ ମିଳିଛି ସେ ନେଇ ମଧ୍ୟ ଏହା ନିର୍ଦ୍ଧାରଣ କରାଯାଇଥାଏ।

ସେହିପରି ୱାଇ ବର୍ଗର ସୁରକ୍ଷାରେ ୧୧ ସ୍ଥାୟୀ ସୁରକ୍ଷାକର୍ମୀ ଯୋଗାଇ ଦିଆଯାଇଥାଏ। ଯେଉଁଥିରେ ଦୁଇଟ ବ୍ୟକ୍ତିଗତ ସୁରକ୍ଷା ଅଫିସର ରହିଥାନ୍ତି। ଏହା ଭାରତର ପଞ୍ଚମ କଡ଼ା ସୁରକ୍ଷା ବଳୟ। ଏଥିରେ ଦୁଇ ସୁରକ୍ଷା କର୍ମୀ ବନ୍ଧୁକ ଧରି ବ୍ୟକ୍ତିଙ୍କୁ ସୁରକ୍ଷା ଯୋଗାଇ ଦିଅନ୍ତି।

Related Articles

Back to top button