ପ୍ରେମରେ ଧୋକା ଖାଇଥିବା ଲୋକଙ୍କୁ କମ ଦାମରେ ଚା’ ପିଆଉଛନ୍ତି ବେୱଫା ଚା’ ବାଲା

ରାୟପୁର : ଆମେ ଏମ୍‌ବିଏ ଚା’ ବାଲା, ଗ୍ରାଜୁଏଟ ଚା’ ବାଲା, ଏମଏସ୍‌ସି ଚା’ ବାଲାଙ୍କ ବିଷୟରେ ତ ଶୁଣିଛେ। କିନ୍ତୁ ଛତିଶଗଡର ବାଲୋଦାବଜାର ରାସ୍ତାରେ ଏପରି ଏକ ଚା’ ଦୋକାନ ଅଛି, ଯାହା ଯୁବବର୍ଗମାନଙ୍କ ପାଇଁ ଏକ ବିଶେଷ ପସନ୍ଦ ପାଲଟିଛି। ଚା’ ଦୋକାନର ନା ହେଉଛି ବେୱଫା ଚା’ ବାଲା । ବିଶେଷ କଥା ହେଉଛି ପ୍ରେମୀ ଯୋଡା ଏବଂ ପ୍ରେମରେ ଧୋକା ଖାଇ ପ୍ରତାରିତ ହୋଇଥିବା ଲୋକମାନଙ୍କ ପାଇଁ ଏଠାରେ ଚା’ର ଦାମ ଭିନ୍ନ ଅଟେ ।

ଏଭଳି ଲୋକଙ୍କୁ ଏଠାରେ କମ୍‌ ଦାମ୍‌ରେ ଚା’ ମିଳିଥାଏ। ଦୋକାନର ମାଲିକ କମଲେଶ ଧୃତଲହେର କହିଛନ୍ତି ଯେ ସେ ମଧ୍ୟ ତାଙ୍କ ଗର୍ଲଫ୍ରେଣ୍ଡକୁ ବହୁତ ଭଲ ପାଉଥିଲେ। କିନ୍ତୁ ଏବେ ସେ ଧୋକା ଖାଇଛନ୍ତି। ତାଙ୍କ ହୃଦୟ ଦୁଃଖରେ ଭାଙ୍ଗିଯାଇଛି। ଶେଷ ସେ ଏଭଳି ଏକ ଚା ଦୋକାନ ଖୋଲିବାକୁ ସ୍ଥିର କଲେ ଏବଂ ଦୋକାନର ନାମ ବେୱଫା ଚା ବାଲା ରଖିଲେ।

ପ୍ରେମରେ ପ୍ରତାରିତ ହୋଇଥିବା ଲୋକମାନଙ୍କୁ ଦୋକାନରେ ରିହାତି ଦିଆଯାଇଥାଏ। ସେଭଳି ଲୋକଙ୍କୁ ଚା’ ଦାମ୍‌ରେ ୫ ଟଙ୍କା ରିହାତି ମିଳିଥାଏ। ଦୋକାନରେ ପ୍ରେମୀମାନଙ୍କ ପାଇଁ ଚା’ର ଦାମ୍‌ ୧୫ ଟଙ୍କା ଏବଂ ଯେଉଁମାନେ ପ୍ରେମରେ ପ୍ରତାରିତ ହୋଇଛନ୍ତି ସେମାନଙ୍କ ପାଇଁ ଏହା ୧୦ ଟଙ୍କା। ଚା’ ପିଇବାକୁ ପ୍ରତିଦିନ କମଲୋଙ୍କ ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ।

କମଲେଶଙ୍କ ପ୍ରେମିକା ତାଙ୍କୁ ୨ ବର୍ଷ ତଳେ ପ୍ରତାରଣା କରିଥିଲେ। ସେ ଦୁଃଖରେ ଭାଙ୍ଗିପଡ଼ିଲେ। ତେବେ ସେ ଏଭଳି ଏକ ନିଆରା ଚା’ ଦେକାନ ଖୋଲିଲେ। କମଲେଶ କୁହନ୍ତି ମୁଁ ପ୍ରେମରୁ ନୂଆ ଶିକ୍ଷା ଲାଭ କରିଛି। ମାତ୍ର ଏହା ମତେ ରୋଜଗାର ବି ଯୋଗାଇ ଦେଇଛି। ମୁଁ ଆଜି ଯେ କୌଣସି ପରିସ୍ଥିତିରେ ଅଛି, ବହୁତ ଖୁସିରେ ରହିଛି।

କମଲେଶ କହିଛନ୍ତି ଯେ ଦୋକାନର ବିଭିନ୍ନ ନାମ ଶୁଣିବା ପରେ ଚା’ ପିଉଥିବା ଲୋକଙ୍କ ଭିଡ ଜମା ହେବାରେ ଲାଗିଛି। ତାଙ୍କର ଦୈନିକ ରୋଜଗାର ୫୦୦ ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ହେଉଛି।

Related Articles

Back to top button