କିଡ୍‌ନୀ ବିକ୍ରି ଘଟଣାରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କଲା ମାଲ୍‌କାନଗିରି ପୋଲିସ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କିଡନୀ ବିକ୍ରି ଘଟଣାରେ ଆକ୍ସନ। ମାଲକାନଗିରି ଆଦର୍ଶ ଥାନା ପୋଲିସ ଅଭିଯୁକ୍ତ ସ୍ବାମୀ ପ୍ରଶାନ୍ତ କୁଣ୍ଡୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଖବର ଅନୁଯାୟୀ, କୋତାମେଟା ଗାଁର ରଞ୍ଜିତା କୁଣ୍ଡୁ ନାମକ ଜଣେ ବିବାହିତ ମହିଳାଙ୍କ କିଡନି ତାଙ୍କ ସ୍ବାମୀ ବିକ୍ରି କରି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲେ । ପରେ ଜିଲ୍ଲା ସଦର ଚିକିତ୍ସାଳୟରେ ରଞ୍ଜିତା କୁଣ୍ଡୁଙ୍କୁ ଡାକ୍ତରୀ ପରୀକ୍ଷା କରାଯିବା ସହ ଘଟଣାର ତଦନ୍ତ କରି ପୋଲିସ ଅଭିଯୁକ୍ତ ପ୍ରଶାନ୍ତ କୁଣ୍ଡୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ୨୦୧୦ ମସିହାରେ ପ୍ରଶାନ୍ତ ଓ ରଞ୍ଜିତାଙ୍କ ପ୍ରେମ ବିବାହ ହୋଇଥିଲା । ହେଲେ ୨୦୧୮ ମସିହାରେ ରଞ୍ଜିତାଙ୍କ ଚିକିତ୍ସା କରିବା କଥା କହି ସ୍ବାମୀ ପ୍ରଶାନ୍ତ ତାଙ୍କୁ ନେଇ ଭୁବନେଶ୍ବର ନେଇ ଏକ ଘରୋଇ ହସ୍ପିଟାଲକୁ ନେଇ ତାଙ୍କର ଗୋଟିଏ କିଡନି ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି।

Related Articles

Back to top button