ଦେଶର ପ୍ରଥମ ନାଜାଲ୍ ଭ୍ୟାକ୍ସିନର ପରୀକ୍ଷଣ ଶେଷ: ଟିକା ସୁରକ୍ଷିତ ବୋଲି ଦାବି କଲା ଭାରତ ବାୟୋଟେକ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ଭାରତ କରୋନା ବିରୁଦ୍ଧ ଲଢେଇରେ ଆଉ ଏକ ବଡ଼ ଉପଲବ୍ଧି ହାସଲ କରିଛି । ଭ୍ୟାକ୍ସିନ ନିର୍ମାତା ଭାରତ ବାୟୋଟେକ ଦେଶର ପ୍ରଥମ ନାସାଲ୍ ଟିକା ବିବିଭି-154ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳତା ସହ ଶେଷ କରିଛି । ଏହା କରୋନାଠାରୁ ସୁରକ୍ଷା ଦେବାରେ ବୁଷ୍ଟର ଡୋଜ ଭାବେ ଲୋକଙ୍କୁ ଦିଆଯିବ।

BBV154 ଭ୍ୟାକ୍ସିନ ପରୀକ୍ଷଣରେ ସୁରକ୍ଷିତ, ସହ୍ୟଯୋଗ୍ୟ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ସଫଳ ହୋଇଛି । ନାକରେ ଦିଆଯିବାକୁ ଥିବା ଏହି ଭ୍ୟାକ୍ସିନକୁ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲି. ନିର୍ମାଣ କରିଛି।

ସୂଚନା ଅନୁସାରେ, BBV154 ନାସାଲ୍ ଭ୍ୟାକ୍ସିନର ପ୍ରଥମ ଏବ ଦ୍ୱିତୀୟ କ୍ଲିନିକାଲ ପରୀକ୍ଷଣରେ ଏହା ସଫଳତା ମିଳିଛି । ଯେଉଁ ଲୋକମାନେ ପୂର୍ବରୁ ଅନ୍ୟ ଟିକା ନେଇଥିଲେ, ସେମାନଙ୍କ ଉପରେ ତୃତୀୟ ଏବଂ ବୁଷ୍ଟର ଡୋଜ ଭାବେ ଏହାର ପରୀକ୍ଷଣ କରାଯାଇଥିଲା । ଭ୍ୟାକ୍ସିନର ତୃୀତୟ ପର୍ଯ୍ୟାୟ ପରୀକ୍ଷଣ ଡାଟାକୁ ଡିସିଜିଆଇ ନିକଟକୁ ପଠାଯାଇଛି। ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଶୀଘ୍ର ମଞ୍ଜୁରୀ ବୋଲି କମ୍ପାନି ଆଶା ରଖିଛି।

Related Articles

Back to top button