ପୂର୍ବତନ ପିଏମ୍ ସ୍ବର୍ଗତ ନରସିହ୍ମା ରାଓ, ଚୌଧୁରୀ ଚରଣ ସିଂହ ଏବଂ ବୈଜ୍ଞାନିକ ଏମଏସ୍ ସ୍ବାମୀନାଥନଙ୍କୁ ଭାରତ ରତ୍ନ

କେନ୍ଦ୍ର ସରକାର ପୂର୍ବତନ ପିଏମ୍ ସ୍ବର୍ଗତ ନରସିହ୍ମା ରାଓ, ଚୌଧୁରୀ ଚରଣ ସିଂହ ଏବଂ ବୈଜ୍ଞାନିକ ଏମଏସ୍ ସ୍ବାମୀନାଥନଙ୍କୁ ଭାରତ ରତ୍ନ(ମରଣୋତ୍ତର) ଦେବା ପାଇଁ ଘୋଷଣା କରିଛନ୍ତି । ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ।

ଚୌଧୁରୀ ଚରଣ ସିଂହ ଙ୍କୁ ସ୍ମରଣ କରି ନିଜ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ମୋଦୀ କହିଛନ୍ତି ‘ଆମ ସରକାରର ଏହା ସୌଭାଗ୍ୟ କି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ ଜୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଉଛି । ଏହି ସମ୍ମାନ ଦେଶ ପାଇଁ ତାଙ୍କ ଅତୁଳନୀୟ ଯୋଗଦାନକୁ ସମର୍ପିତ । ସେ ଚାଷୀଙ୍କ ଅଧିକାରୀ ପାଇଁ ନିଜ ଜୀବନ ସମର୍ପି ଦେଇଥିଲେ । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ବା ଦେଶର ଗୃହମନ୍ତ୍ରୀ, ଏପରିକି ଜଣେ ବିଧାୟକ ରୂପେ ମଧ୍ୟ ସେ ସବୁ ସମୟରେ ଦେଶର ପ୍ରଗତି ପାଇଁ ଚିନ୍ତା କରୁଥିଲେ ।’ସେହିଭଳି କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନରସିହ୍ମା ରାଓଙ୍କୁ ଭାରତ ରତ୍ନ ଦେବା ନେଇ ଘୋଷଣା କରି ମୋଦୀ କହିଛନ୍ତି କି ‘ଏହା ଜଣାଇ ଖୁସି ଲାଗୁଛି କି ଆମ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ପିଭି ନରସିହ୍ମା ରାଓଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯିବ । ଜଣେ ପ୍ରତିଷ୍ଠିତ ବିଦ୍ବାନ ଏବଂ ରାଜନେତା ରୂପେ ନରସିମ୍ହା ରାଓ ଅନେକ ପଦରେ ରହି ଭାରତର ସେବା କରିଛନ୍ତି ।’

ବିଖ୍ୟାତ ବୈଜ୍ଞାନିକ ଡା. ଏମଏସ ସ୍ବାମୀନାଥନଙ୍କୁ ସ୍ମରଣ କରି ପିଏମ୍ ମୋଦୀ ଲେଖିଛନ୍ତି କି ‘ଏହା ବହୁତ ଖୁସିର କଥା କି ଭାରତ ସରକାର କୃଷି ଏବଂ ଚାଷୀଙ୍କ କଲ୍ୟାଣରେ ଆମ ଦେଶ ପାଇଁ ତାଙ୍କ ଉଲ୍ଲେଖନୀୟ ଯୋଗଦାନ ପାଇଁ ଡା. ଏମଏସ ସ୍ବାମୀନାଥନ ଜୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରୁଛୁ । ସେ ଅନେକ ପ୍ରତିକୂଳ ପରିସ୍ଥିତିରେ ଭାରତକୁ କୃଷିରେ ଆତ୍ମନିର୍ଭରଶୀଳ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲେ ଏବଂ ଭାରତୀୟ କୃଷିକୁ ଆଧୁନିକ କରିବା ପାଇଁ ସବୁ ଦିଗରୁ ଅନେକ ପ୍ରୟାସ କରିଥିଲେ ।’

Related Articles

Back to top button