ନିର୍ବାଚନ ଆୟୋଗଙ୍କ ସୂଚନା : ଦେଶର ମୋଟ ଜନସଂଖ୍ୟାର ୬୬.୭୬ ପ୍ରତିଶତ ରହିଛନ୍ତି ଯୁବ ଭୋଟର

ଦେଶରେ ହେବାକୁ ଥିବା ଆଗାମୀ ସାଧାରଣ ନିର୍ବାଚନରେ ସବୁଠାରୁ ଅଧିକ ମତଦାତା ଭୋଟ ଦେବେ ବୋଲି ଅନୁମାନ କରାଯାଇଛି । ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ଆଗାମୀ ଲୋକସଭା ନିର୍ବାନ ପାଇଁ ମତଦାତା ସୂଚୀର ପୁନଃନିରୀକ୍ଷଣ ଫଳାଫଳ ମୁତାବକ ଦେଶରେ ନୂଆ ଭୋଟରଙ୍କ ସଂଖ୍ୟା ୬ ପ୍ରତିଶତ ବୃଦ୍ଧି ପାଇଛି । ନୂଆ ଭୋଟରଙ୍କ ମଧ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ଦେଶର ମୋଟ ଜନସଂଖ୍ୟାର ୬୬.୭୬ ପ୍ରତିଶତ ଯୁବ ଭୋଟର ରହିଛନ୍ତି ।

ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ଦେଶରେ ୧୮ ରୁ ୨୯ ବର୍ଷ ମଧ୍ୟରେ ୨ କୋଟି ନୂଆ ଭୋଟର ପଞ୍ଚିକରଣ କରିଛନ୍ତି । ଦେଶରେ ମୋଟ ଭୋଟଦାତାଙ୍କ ସଂଖ୍ୟା ୯୬.୮୮ କୋଟିରେ ପହଂଚିଛି । ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଏହା ୬ ପ୍ରତିଶତ ବୃଦ୍ଧି ପାଇଛି । ମତଦାତା ସୂଚୀ ସାମୟିକ ପୁନଃନିରୀକ୍ଷଣ ୨୦୨୪ ମୁତାବକ ନୂଆ ଭୋଟର ତାଲିକାରେ ପୁରୁଷଙ୍କ ତୁଳନାରେ ଅଧିକ ମହିଳା ରହିଛନ୍ତି ।

ଚଳିତବର୍ଷ ୨.୬୩ କୋଟି ନୂଆ ଭୋଟର ପଞ୍ଜିକରଣ କରିଛନ୍ତି । ତା ମଧ୍ୟରୁ ୧.୪୧ କୋଟି ମହିଳା ଭୋଟ ଓ ୧.୨୨ କୋଟି ପୁରୁଷ ଭୋଟର ସାମିଲ ହୋଇଛନ୍ତି । ଭୋଟଦାତାଙ୍କ ଲିଙ୍ଗଗତ ଅନୁପାତ ୨୦୨୩ରେ ୯୪୦ ଥିବା ବେଳେ ୨୦୨୪ରେ ଏହା ୯୪୮କୁ ବୃଦ୍ଧି ପାଇଛି । ଅର୍ଥାତ ୧ ହଜାର ପୁରଷ ଭୋଟର ସ୍ଥାନରେ ୯୪୮ ମହିଳା ଭୋଟର ଅଛନ୍ତି ।୨୦୧୯ ରେ ଭୋଟଦାତଙ୍କ ଲିଙ୍ଗଗତ ଅନୁପାତ ୯୨୮ ଥିଲା । ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୮୮.୩୫ ଲକ୍ଷରେ ପହଂଚିଛି । ଏହାସହ ଭୋଟର ତାଲିକାରୁ ୬୫ ଲକ୍ଷ ୭୬ ହଜାର ୬୫୪ ଜଣଙ୍କ ନାମ ଭୋଟର ତାଲିକାରୁ ହଟାଯାଇଛି । ୨୦୨୪ ଫେବୃଆରୀ ୮ ତାରିଖ ପର୍ଯ୍ୟନ୍ତ ଦେଶରେ ମୋଟ ଭୋଟରଙ୍କ ସଂଖ୍ୟା ୯୬ କୋଟି ୮୮ ଲକ୍ଷ ୨୧ ହଜାର ୯୨୬ । ସେମାନଙ୍କ ମଧ୍ୟରୁ ୪୯ କୋଟି ୭୨ଲକ୍ଷ ୩୧ ହଜାର ୯୯୪ ପୁରୁଷ ଭୋଟର । ୪୭ କୋଟି, ୧୫ ଲକ୍ଷ ୪୧ ହଜାର ୮୮୮ ଜଣ ମହିଳା ଭୋଟର । ୪୮,୦୪୪ ତୃତୀୟ ଲିଙ୍ଗୀ ଭୋଟର ଓ ୮୮ ଲକ୍ଷ ୩୫ ହଜାର ୪୪୯ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ସେହିଭଳି ୮୦ ବର୍ଷରୁ ଅଧିକ ୧ କୋଟି ୮୫ ଲକ୍ଷ ୯୨ ହଜାର ୯୧୮ ଜଣ ଭୋଟର ରହିଛନ୍ତି । ସେହିଭଳି ୧୦୦ ବର୍ଷରୁ ଅଧିକ ବୟସ୍କ ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୩୮ ହଜାର ୭୯୧ ଜଣ ।

Related Articles

Back to top button