ରଙ୍ଗିନ ନୋଟ ନେଇ ଆରବିଆଇର ବଡ଼ ନିଷ୍ପତ୍ତି

ହୋଲି ସମୟରେ ବାହାରକୁ କୌଣସି କାମରେ ଯାଉଛନ୍ତି, ଆଉ ଆପଣଙ୍କୁ କେହି ରଙ୍ଗ ଲଗାଉଛି ଏହି ସମୟରେ ଆପଣଙ୍କ ନିକଟରେ ଥିବା ନୋଟରେ ମଧ୍ୟ ରଙ୍ଗ ଲାଗିବାର ସମ୍ଭାବନା ଥାଏ । ତେବେ ଏହି ନୋଟ ଗୁଡ଼ିକୁ ନେବା ପାଇଁ ଦୋକାନୀ ବ୍ୟବସାୟୀ ମାନେ ନେବାକୁ ମନା କରିଦେଇଥାନ୍ତି । ଏହି ସମୟରେ ଆପଣ ସେମାନଙ୍କୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଜାରି କରିଥିବା ନିୟମ ସମ୍ପର୍କରେ ସେମାନଙ୍କୁ କହିପାରିବେ । ଆରବିଆଇ ନିୟମ କହୁଛି ଯେ କୌଣସି ଦୋକାନୀ ରଙ୍ଗୀନ ନୋଟ୍ ଗ୍ରହଣ କରିବାକୁ ମନା କରିପାରିବେ ନାହିଁ । କୌଣସି କାରଣରୁ ନୋଟ୍ ଚିରି ଗଲେ ଏହା ଚିନ୍ତାର ବିଷୟ ହୋଇଥାଏ। କିନ୍ତୁ ଏନେଇ ଆରବିଆଇ କହିଛି ଦେଶର ସମସ୍ତ ବ୍ୟାଙ୍କରେ ଚିରାଫଟା ଏବଂ ପୁରୁଣା ରଙ୍ଗ ଲଗା ନୋଟ୍ ବିନିମୟ ହୋଇପାରିବ । ଏଥିପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ତେବେ ଚିରା ନୋଟ୍ ର ଅବସ୍ଥା ଉପରେ ନିର୍ଭର କରି ଏହକକୁ ବଦଳ କରୁଥିବା ବ୍ୟାଙ୍କ ଟଙ୍କା ଫେରସ୍ତ କରିବେ ।

Related Articles

Back to top button