ଟିକେଟ ମିଳିଲାନି ବୋଲି ସାଂସଦ ପିଇ ଦେଲେ ବିଷ

ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଏମଡିଏମକେ ଏମ୍‌ପି ଏ. ଗଣେଶମୂର୍ତ୍ତିଙ୍କୁ ରବିବାର ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୨୦୧୯ରେ ତାମିଲନାଡୁର ଇରୋଡ ଲୋକ ସଭା ଆସନରୁ ଏମ୍‌ପି ହୋଇଥିବା ଗଣେଶମୂର୍ତ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କ ପରିବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।ରିପୋର୍ଟ ଅନୁଯାୟୀ, ପୋଲିସ କହିଛି ଯେ ଏମ୍‌ପି ଗଣେଶମୂର୍ତ୍ତିଙ୍କୁ ରବିବାର ପ୍ରାୟ ୯.୩୦ସମୟରେ ତାଙ୍କ ପରିବାର ସଦସ୍ୟ ଡାକ୍ତରଖାନାକୁ ଆଣିଥିଲେ । ଚେକଅପ ପରେ ଡାକ୍ତରମାନେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରିଥିଲେ । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି ।

ଅଧିକ ଚିକିତ୍ସା ପାଇଁ ସାଂସଦଙ୍କୁ କୋଏମ୍ବଟୁରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗଣେଶମୂର୍ତ୍ତିଙ୍କୁ ଭେଟିବା ପାଇଁ ଅନେକ ନେତା, ମନ୍ତ୍ରୀ ଓ ଅଧିକାରୀମାନେ ଡାକ୍ତରଖାନାରେ ପହଞ୍ଚିଛନ୍ତି । ସାଂସଦ ଗଣେଶମୂର୍ତ୍ତି ଜୀବନ ହାରିବା ଭଳି ପଦକ୍ଷେପ କେଉଁ କାରଣ ପାଇ ଉଠାଇଥିଲେ ସେନେଇ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳି ପାରି ନାହିଁ ।

ଏଥିସହିତ ଏହି ଘଟଣାରେ ଗଣେଶମୂର୍ତ୍ତିଙ୍କ ପରିବାର ଓ ପୁଲିସ ବି ଏଯାବତ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି । ପୁଲିସ ଗଣେଶମୂର୍ତ୍ତି ସୁସ୍ଥ ହେବାକୁ ଅପେକ୍ଷା କରିଛି । ଏହାପରେ ତାଙ୍କର ବୟାନ ରେକର୍ଡ କରାଯିବ ବୋଲି ପୁଲିସ କହିଥିବା ବେଳେ ଯାଞ୍ଚ ଜାରି ଅଛି ବୋଲି କହିଛି । ତାଙ୍କ ପରିବାର ସଦସ୍ୟ କହିଛନ୍ତି , ଏମ୍‌ପି କୀଟନାଶକ ପିଇ ଦେଇଥିଲେ । ରିପୋର୍ଟରେ ଦର୍ଶାଯାଇଛି, ଏମ୍‌ପି ଏ ଗଣେଶମୂର୍ତ୍ତି ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଟିକେଟ୍ ନ ପାଇବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି ।

Related Articles

Back to top button