କେଜ୍ରିୱାଲଙ୍କୁ ବଡ ଆଶ୍ୱସ୍ତି : ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରୁ ମିଳିଲା ଜାମିନ

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ ଆଶ୍ୱସ୍ତି । ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟରୁ କେଜ୍ରିୱାଲଙ୍କୁ ଜାମିନ ମିଳିଛି । ୧୫ହଜାର ଟଙ୍କା ମୁଚାଲିକାରେ ଜାମିନ ମଞ୍ଜୁର କରିଛନ୍ତି କୋର୍ଟ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ହାଜର ହେବାକୁ ପୂର୍ବରୁ କେଜ୍ରିୱାଲଙ୍କୁ ବାରମ୍ବାର ସମନ କରିଥିଲା ଇଡି । ବାରମ୍ବାର ସମନ ସତ୍ୱେ ହାଜର ହୋଇନଥିଲେ, ଏହି ମାମଲାରେ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ବର୍ତ୍ତମାନ ସୁଦ୍ଧା କେଜ୍ରିୱାଲଙ୍କୁ ୮ଥର ସମନ କରିଛି ଇଡି । ଗିରଫ ହେବା ଭୟ ଏବଂ ଇଡିକୁ ଚ୍ୟାଲେଞ୍ଜ କରିବା ସହ ଜାମିନ ଆବେଦନ କରିଥିଲେ ଅରବିନ୍ଦ କେଜ୍ରିୱାଲ । ଯାହାକୁ କୋର୍ଟ ମଞ୍ଜୁରୀ ଦେଇଛନ୍ତି । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧ରେ ହେବ ।

Related Articles

Back to top button