ରାମନବମୀରେ ରାମଲାଲାଙ୍କ ମନ୍ଦିରରେ ୨୪ ଘଣ୍ଟିଆ ଦର୍ଶନ ଓ ପୂଜାର୍ଚ୍ଚନାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ

ଗୁରୁବାର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମନବମୀ ଏବଂ ନବରାତ୍ରି ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ଅଯୋଧ୍ୟାରେ ବରିଷ୍ଠ ଅଧିକାରୀମାନଙ୍କ ସହିତ ବୈଠକ କରିଥିବା ସୂଚନା ମିଳିଛି। ଏହି ବୈଠକରେ ସେ ନବରାତ୍ରିର ଅଷ୍ଟମୀ, ନବମୀ ଏବଂ ଦଶମୀ ଦିନ ଅଯୋଧ୍ୟାସ୍ଥିତ ରାମଲାଲାଙ୍କ ମନ୍ଦିରରେ ୨୪ ଘଣ୍ଟିଆ ଦର୍ଶନ ଓ ପୂଜାର୍ଚ୍ଚନାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଆଦିତ୍ୟନାଥ ରାମନବମୀ ଅବସରରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ସଦସ୍ୟମାନଙ୍କ ସହ ସମନ୍ବୟ ରକ୍ଷା କରିବାକୁ କହି ଅଷ୍ଟମୀ, ନବମୀ ଏବଂ ଦଶମୀ ଦିନ କେବଳ ସ୍ୱତନ୍ତ୍ର ନୀତିକାନ୍ତିଙ୍କୁ ଛାଡି ଅନ୍ୟ ସମସ୍ତ ସମୟରେ ଦର୍ଶନ ବ୍ୟବସ୍ଥା କରିବା ପାଇଁ ଆଲୋଚନା ହୋଇଛି। ଏହା ବ୍ୟତୀତ ସହରରେ ସ୍ବଚ୍ଛତା, ପାନୀୟ ଜଳ ଯୋଗାଣ ସହ ଖରାଦିନକୁ ନଜରରେ ରଖି ଶ୍ରଦ୍ଧାଳୁମାନଙ୍କ ପାଇଁ ବିଦ୍ୟୁତ ଚାଳିତ ବସ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସେ ପରିବହନ ନିଗମ ଏବଂ ନଗର ଉନ୍ନୟନ ବିଭାଗ ପରସ୍ପର ସହ ସମନ୍ବୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ଅଦିତ୍ୟନାଥ ଭକ୍ତଙ୍କ ସୁବିଧା ନିମନ୍ତେ ସେମାନଙ୍କୁ ଯେପରି ୨.୫ କିଲୋମିଟରରୁ ଅଧିକ ବାଟ ଚାଲିବାର ଆବଶ୍ୟକ‌ତା ପଡ଼ିବ ନାହିଁ ସେ ବ୍ୟବସ୍ଥା କରାଯିବା ଉଚିତ ବୋଲି କହିଛନ୍ତି। ଏହି ପରିପ୍ରେକ୍ଷୀରେ ସିଏମ୍ କହିଥିଲେ ଯେ, “ରାମନବମୀ ଉତ୍ସବ ସମୟରେ ନିର୍ବାଚନ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିବ, ତେଣୁ ଏହି ଅବସରରେ ରାମଲାଲା ମନ୍ଦିର, ହନୁମାନଗଡ଼ି ଭଳି ମୁଖ୍ୟ ଅଞ୍ଚଳରେ ସ୍ଥାୟୀ ରୂପେ ପୋଲିସ ଏବଂ ଅନ୍ୟ ସେବାର ଲୋକଙ୍କୁ ଡ୍ୟୁଟିରେ ରଖାଯିବା ଉଚିତ।”

Related Articles

Back to top button