ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଲେ ବିହାର ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଲେ ବିହାର ମୁଖ୍ୟମନ୍ତ୍ରୀ । ବିହାର ନୱଡାର ଏକ ନିର୍ବାଚନୀ ସଭାରେ ଏନଡିଏ ନେତା ସାମିଲ ହୋଇଥିଲେ । ସଭାମଞ୍ଚରେ ଉଭୟ ମୋଦୀ ଏବଂ ନୀତୀଶ ଏକାଠି ପାଖାପାଖି ବସିଥିଲେ । ଏହି ସମୟରେ ଦୁଇ ନେତା କୌଣସି ପ୍ରସଙ୍ଗରେ କଥା ହେଉଥିବା ବେଳେ ନୀତୀଶ କୁମାର ମୋଦୀଙ୍କ ପାଦ ଛୁଇଁଥିବାର ଦେଖିବାକୁ ମିଳିଛି । ତେବେ ଏହାକୁ ସମାଲୋଚନା କରିଛି ଆରଜେଡି ।

ସେହିପରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଟିରୁ ଭୁଲରେ ‘୪୦୦ ପାର’ ବଦଳରେ ‘୪୦୦୦ ପାର’ ବୋଲି ବାହାରିଯିବା ଚର୍ଚ୍ଚାର ବିଷୟ ହୋଇଛି । ନୀତୀଶ ତାଙ୍କ ଉଦବୋଧନରେ କହିଥିଲେ ଆମେ ପୁରା ଆଶାବାଦୀ ରହିଛୁ ଯେ ଏଥର ଏନଡିଏରେ ୪ ହଜାରରୁ ଅଧିକ ସାଂସଦ ଆସନ ହାସଲ କରିବ । ଆମେ ଜନସାଧାରଣଙ୍କୁ ଏହି ଅନୁରୋଧ କରବାକୁ ଆସିଛୁ । ୪ ହଜାରରୁ ଅଧିକ ସାଂସଦ ଏନଡିଏରୁ ନିର୍ବାଚିତ ହେବେ ।’ ବିହାରରେ ୪୦ ଆସନ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ଏଥର ‘୪୦୦୦ ପାର’ ଲକ୍ଷ୍ୟ ରଖିଛନ୍ତି । ୨୫ ମିନିଟ୍ ଭାଷଣ ରଖିବା ପରେ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁଥିଲେ ନୀତୀଶ କୁମାର । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛିି । ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନୀତିଶ ମୋଦୀଙ୍କ ପାଦ ଛୁଇଁବା ଭିଡିଓ ଦେଖିବା ପରେ ଲଜ୍ୟା ଲାଗୁଛି ବୋଲି କହିଛନ୍ତି । ନିକଟରେ ମହାମେଣ୍ଟ ସହ ସଂପର୍କ ତୁଟାଇ ନୀତୀଶ କୁମାର ଏନଡିଏକୁ ଫେରି ବିହାରରେ ସରକାର ଗଢିଛନ୍ତି ।

Related Articles

Back to top button