ହରିୟାଣାରୁ ନିର୍ବାଚନ ଲଢ଼ିବେ ସଞ୍ଜୟ ଦତ୍ତ !

ଅଭିନେତା ସଞ୍ଜୟ ଦତ୍ତଙ୍କ ହରିୟାଣାରୁ ନିର୍ବାଚନ ଲଢ଼ିବା ଖବର ବାରମ୍ବାର ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଏବେ ସେ ଚର୍ଚ୍ଚାରେ ବିରାମ ଲଗାଇଛନ୍ତି ସଞ୍ଜୟ ଦତ୍ତ । ନିଜ ସୋସିଆଲ ମିଡ଼ିଆ X ରେ ପୋଷ୍ଟ କରି ବର୍ତ୍ତମାନ କୌଣସି ଦଳରେ ଯୋଗ ଦେଉନଥିବା ସୂଚନା ଦେଇଛନ୍ତି । ଯଦି ଭବିଷ୍ୟତରେ ରାଜନୀତିରେ ଯୋଗ ଦିଅନ୍ତି ତେବେ ସେ ନିଜେ ଏହା ଜଣାଇବେ ବୋଲି ଘୋଷଣା କରିଛନ୍ତି । ସଞ୍ଜୟ ଦତ୍ତ X ରେ ଏହି ପୋଷ୍ଟ ସେୟାର କରିଛନ୍ତି ଏବଂ ଲେଖିଛନ୍ତି ଯେ ମୋର ରାଜନୀତିରେ ଜଡିତ ଥିବା ସମସ୍ତ କଥାରେ କୌଣସ ସତ୍ୟତା ନାହିଁ । ଏହା କେବଳ ଏକ ଗୁଜବ ବୋଲି ସେ ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଅନୁମାନ କରାଯାଉଥିଲା ଯେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କ ବିରୋଧରେ କର୍ଣ୍ଣଲରେ ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ କର୍ଣ୍ଣଲ ଆସନରୁ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଟିକେଟ ଦେଇପାରେ । ମନୋହର ଲାଲ ମଧ୍ୟ କର୍ଣ୍ଣଲର ସମସ୍ତ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି। ଏହା ପରେ ଅଭିନେତା ସଞ୍ଜୟ ଦତ୍ତ ଏହି ଖବରକୁ ସମ୍ପୂର୍ଣ୍ଣ ରୂପେ ଗୁଜବ ବୋଲି କହିଛନ୍ତି।

Related Articles

Back to top button