ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ : ଜାଣନ୍ତୁ କଣ ହୋଇଛି ସସ୍ତା

ଚଳିତ ସରକାରଙ୍କ ଶେଷ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍ ଉପସ୍ଥାପନ ହୋଇଥିବାବେଳେ ଶସ୍ତା, ମହଙ୍ଗାକୁ ନେଇ ସବୁଠି ଆରମ୍ଭ ହେଇଛି ଚର୍ଚ୍ଚା । ପ୍ରଧାନମନ୍ତ୍ରୀ କହିଛନ୍ତି କି, ଏହି ବଜେଟ୍ ଯୁବକ, ମହିଳା, କୃଷକ ଏବଂ ଗରୀବ ଲୋକଙ୍କ ପାଇଁ । ଏହି ବଜେଟରେ ଏମାନେ ଉପକୃତ ହେବେ । ଏହି ବଜେଟରେ ଇନକମ ଟାକ୍ସ ଦେଉଥିବା ବ୍ୟକ୍ତିଙ୍କୁ କୌଣସି ଆରାମ ମିଳିନାହିଁ । ଟ୍ୟାଟ୍ସଦାତାମାନେ ପୂର୍ବଭଳି ଏଥରକ ମଧ୍ୟ ଟ୍ୟାକ୍ସ ଦେବେ । ଏଥର ଆୟକରରେ ସରକାର ସାଧାରଣ ଲୋକଙ୍କୁ କୌଣସି ଆଶ୍ୱସ୍ତି ଦେଇନାହାନ୍ତି। ଟିକସ ସ୍ଲାବରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।ମଧ୍ୟବିତ୍ତଙ୍କ ପାଇଁ ନୂଆ ଆବାସିକ ଯୋଜନା କରାଯାଇଛି । ଯେଉଁଥିରେ ଘର କିଣୁଥିବା ଏବଂ ଘର ତିଆରି କରୁଥିବା ଲୋକଙ୍କୁ ଫାଇଦା ମିଳିବ । ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଦେଶର ୪୦ ହଜାର ସେମି ହାଇସ୍ପିଡ୍ ଯଥା ବନ୍ଦେ ଭାରତ ବଗିକୁ ସାଧାରଣ ଏବଂ ସୁପରଫାଷ୍ଟ ଟ୍ରେନରେ ଲଗାଯିବ । ବିମାନଯାତ୍ରୀଙ୍କ ପାଇଁ ମଧ୍ୟ ଏହି ବଜେଟରେ ଖୁସି ଖବର ରହିଛି । ବିମାନ ଇନ୍ଧନ ଫୁଏଲର ଦାମ ହ୍ରାସ କରାଯାଇଛି । ଫଳରେ ବିମାନଯାତ୍ରାର ଟିକେଟ କମ ପଡ଼ିବ ।ବଜେଟ ପୂର୍ବରୁ ମହଙ୍ଗା ହୋଇଛି କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ । ଯାହାଦ୍ବାରା ସାଧାରଣ ଲୋକେ ଅଧିକ ପ୍ରଭାବିତ ହେବେ ନାହିଁ ।ପିଏମ ଆବାସ ଯୋଜନା (ଗ୍ରାମୀଣ)ରେ ୫ ବର୍ଷରେ ୨ କୋଟି ଘର ନିର୍ମାଣ କରାଯିବ । କୃଷକଙ୍କୁ ପୂର୍ବଭଳି ପିଏମ ଫସଲ ଯୋଜନାର ଲାଭ ଏବେ ମଧ୍ୟ ମିଳିବ । କୃଷକଙ୍କୁ ଫସଲରେ ନେନୋ ଡିଏପିର ପ୍ରୟୋଗ ସହଜ ହୋଇଯିବ । ସୋଲର ରୁଫଟପ ଯୋଜାନାରେ ପ୍ରତି ମାସରେ ୩୦୦ ୟୁନିଟ୍ ବିଜୁଳି ଫ୍ରିରେ ମିଳିବ । ରେଳବାଇର ତିନୋଟି କରିଡର ଆରମ୍ଭ ହେବ ।ଦେଶକୁ ୧ହଜାର ନୂଆ ବିମାନ ଆସୁଥିବାବେଳେ ବିମାନ ଯାତ୍ରା ପାଇଁ ଟିକେଟ ଦର କମିବ । ଗର୍ଭାଶୟରେ କର୍କଟ ରୋଗ ରୋକିପା ପାଇଁ ୯-୧୪ ବର୍ଷର ନାବାଳିକାଙ୍କୁ ଟୀକାକରଣ ଆରମ୍ଭ ହେବ । ଆଶା କର୍ମୀ, ଅଙ୍ଗନଓ୍ବାଡି କର୍ମୀମାନେ କେନ୍ଦ୍ର ଆୟୂସ୍ମାନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ।ଇ-ବାହାନ ନୀତି ଦ୍ବାରା ସାର୍ବଜନିନ ପରିବହନ ନେଟଓ୍ବର୍କକୁ ଯୋଡ଼ାଯିବ । ଯୁବକମାନଙ୍କୁ ଶୂନ ସୁଧହାରରେ ୫୦ ବର୍ଷ ପର୍ଯ୍ୟନ୍ତ ଋଣ ଦିଆଯିବ । ଯୁବକଙ୍କୁ ଯୋଗ୍ୟ ଡାକ୍ତର ବନାଇବା ପାଇଁ ଦେଶରେ ବହୁ ମେଡିକାଲ କଲେଜ ଖୋଲାଯିବ । ଦୁଗ୍ଧ ଚାଷୀଙ୍କ ପାଇଁ ନୂଆ କାର୍ଯ୍ୟକ୍ରମ କରାଯିବ ।ମତ୍ସ୍ୟଚାଷକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ । ଏହା ବ୍ୟତୀତ ସାମୁଦ୍ରିକ ଖାଦ୍ୟ ରପ୍ତାନି ବୃଦ୍ଧି କରାଯିବ। ୩ କୋଟି ମହିଳାଙ୍କ ଲକ୍ଷପତି ଦିଦି ବନାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ସ୍କିଲ ଇଣ୍ଡିଆ ମିଶନ ଦ୍ବାରା ଅଧିକ ପ୍ରଶିକ୍ଷଣ ଦିଆଯିବ

Related Articles

Back to top button