ସାଧାରଣ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ଲାଗି ଆଜି ସରୁଛି ପ୍ରଚାର।

ସାଧାରଣ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ଲାଗି ଆଜି ସରୁଛି ପ୍ରଚାର। ଏଥିଲାଗି ଆସନ୍ତା ୨୬ ଏପ୍ରିଲରେ ଭୋଟଗ୍ରହଣ ହେବ। ପ୍ରଚାର ଲାଗି ଆଉ ମାତ୍ର ୧୨ ଘଣ୍ଟାରୁ କମ ସମୟ ଥିବାରୁ ଜୋରଦାର ପ୍ରଚାର ଚଳାଇଛନ୍ତି ପ୍ରାର୍ଥୀ। ୧୩ ରାଜ୍ୟର ୮୯ ଆସନରେ ହେବ ଭୋଟଗ୍ରହଣ। ଏଥି ମଧ୍ୟରେ ଆସାମର ୫ ଲୋକସଭା ଆସନ, ବିହାରର ୫, ଛତିଶଗଡ଼ ୩, କର୍ଣ୍ଣାଟକର ୧୪, କେରଳର ୨୦, ମଧ୍ୟପ୍ରଦେଶର ୭, ମହାରାଷ୍ଟ୍ରର ୮, ଉତ୍ତରପ୍ରଦେଶର ୮, ରାଜସ୍ଥାନର ୧୩ ଏବଂ ପଶ୍ଚିମବଂଗର ୩ ଆସନରେ ଭୋଟ ଗ୍ରହଣ ହେବ। ଦ୍ଵିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ରାଜସ୍ଥାନ ଏବଂ କେରଳରେ ଭୋଟଗ୍ରହଣ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯିବ। ଏପ୍ରିଲ ୧୯ରେ ରାଜସ୍ଥାନର ୧୨ ଲୋକସଭା ଆସନ ଲାଗି ଭୋଟଗ୍ରହଣ ହୋଇଥିଲା। କେରଳର ୱାଏନାଡ ଆସନରୁ ଲଢୁଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧି। ଆସନ୍ତା ୨୬ ତାରିଖ ଦିନ ଏଠାରେ ଭୋଟ ଗ୍ରହଣ ହେବ। ଦ୍ଵିତୀୟ ପର୍ଯ୍ୟାୟ ଭୋଟର ଚର୍ଚ୍ଚିତ ଆସନ ରହିଛି ରାହୁଲଙ୍କ ୱାଏନାଡ୍ ଆସନ। ୨୬ ତାରିଖରେ ହେବାକୁ ଥିବା ଭୋଟ ମଧ୍ୟରେ କର୍ଣ୍ଣାଟକର ୧୪ ଆସନ ରହିଛି। ଏଥିମଧ୍ୟରେ ରହିଛନ୍ତି ବିଜେପିର ତେଜସ୍ଵୀ ସୂର୍ୟା, ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ଵାମୀ, ଡିକେ. ଶିବକୁମାରଙ୍କ ସାନଭାଇ ଡିକେ ସୁରେଶ ରହିଛନ୍ତି।

Related Articles

Back to top button