କେନ୍ଦୁଝର ଜିଲ୍ଲାରେ ବ୍ୟାପକ ଅଞ୍ଚଳରେ ଜଳୁଛି ଜଙ୍ଗଲ

କେନ୍ଦୁଝର ଜିଲ୍ଲାରେ ବ୍ୟାପକ ଅଞ୍ଚଳରେ ଜଳୁଛି ଜଙ୍ଗଲ । ଜିଲ୍ଲାର ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ନିଆଁ ଲାଗିଥିବା ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଡିଏଫଓ। ସେ କହିଛନ୍ତି ଏସବୁ ହେଉଛି ମନୁଷ୍ୟକୃତ। ଜିଲ୍ଲାର ଚମ୍ପୁଆ, କେନ୍ଦୁଝର ସଦର ଓ ବଂଶପାଳ ରେଞ୍ଜ ଅଞ୍ଚଳରେ ନିଆଁ ଲାଗିଛି । ଜଙ୍ଗଲ ମଧ୍ୟରେ ୨୮୦ ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଜଙ୍ଗଲ ବାହାରେ ୮୦ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡିଛି। ପୋଡୁଚାଷ କରିବା ପାଇଁ, ମହୁଲ ଫୁଲ ଗୋଟାଇବାକୁ ଯାଉଥିବା ଲୋକେ, ଶୀକାର ପାଇଁ ତଥା ଜାଳେଣି କାଠ ସଂଗ୍ରହ କରୁଥିବା ଲୋକେ ଜଙ୍ଗଲରେ ନିଆଁ ଲଗାଉଛନ୍ତି। ଗତ ୭ ଦିନ ମଧ୍ୟରେ ଖରାତାତି ବଢ଼ିଥିବା ଯୋଗୁଁ ଅଧିକ ମାତ୍ରାରେ ନିଆଁ ବ୍ୟାପୁଥିବା ସେ କହିଛନ୍ତି । ଲୋକଙ୍କୁ ଏଥିପାଇଁ ବ୍ୟାପକ ସଚେତନ କରାଯାଉଥିବା ବେଳେ, ନିଆଁ ଲାଗିବାର ୧ ଘଣ୍ଟା ମଧ୍ୟରେ ବନ ବିଭାଗ ପକ୍ଷରୁ ନିଆଁ ଲିଭାଯାଉଥିବା ସେ କହିଛନ୍ତି ।

Related Articles

Back to top button