ପରୀକ୍ଷାରେ ଅନୈତିକ ପନ୍ଥା ଅବଲମ୍ବନ କରି ଧରାପଡ଼ିଲେ ସର୍ବାଧିକ ୧୦ ବର୍ଷ ଜେଲ ଓ ୧କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା

ସରକାରୀ ନିଯୁକ୍ତି ମୂଳକ ପରୀକ୍ଷାରେ ଅନିୟମିତତାକୁ ରୋକିବା ପାଇଁ ଲୋକସଭାରେ ଉପସ୍ଥାପିତ ହେଲା ବିଲ୍ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ସାର୍ବଜନୀନ ପରୀକ୍ଷା ବିଲ୍ ୨୦୨୪ ଆଗତ କରିଛନ୍ତି । ଏହି ବିଲରେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଅନୈତିକ ପନ୍ଥା ଅବଲମ୍ବନ କରି ଧରାପଡ଼ିଲେ ସର୍ବାଧିକ ୧୦ ବର୍ଷ ଜେଲ ଓ ୧କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନାର ପ୍ରସ୍ତାବ ରଖାଯାଇଛି । ପ୍ରଶ୍ନପତ୍ର ଲିକ ଘଟଣାରେ ମଧ୍ୟ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ରହିଛି ।ସରକାର ଆଗତ କରିଥିବା ବିଲ ନା ରହିଛି ‘ଦ ପବ୍ଲିକ ଏକ୍ସାମିନେସନ ପ୍ରିଭେନସନ ଅଫ ଅନଫେୟାର’ ।

ବିଲରେ ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ଗୋଟିଏ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ । ଏହି କମିଟି ପରୀକ୍ଷାକୁ ସୁରକ୍ଷିତ ଭାବେ ପରିଚାଳିତ କରିବ। କମିଟି ପରୀକ୍ଷା ଓ ପ୍ରଶ୍ନପତ୍ର ପାଇଁ ପ୍ରୋଟକଲ ପ୍ରସ୍ତୁତ କରିବ । ଆଇଟି ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବ ।ପରୀକ୍ଷା କେନ୍ଦ୍ରରେ ସର୍ଭେଲାନ୍ସ ବ୍ୟବସ୍ଥା ସୁଦୃଢ କରିବ । ପ୍ରବେଶ ପରୀକ୍ଷା ପାଇଁ ଜାତୀୟ ସ୍ତରରେ ସେବା ମିଳିବକୌଣସି ଗ୍ୟାଙ୍ଗ ପରୀକ୍ଷା ପରିଚାଳନାରେ ସାମିଲ ଉପରେ କଟକଣା ଲାଗିବ ।ସ୍ୱଚ୍ଛତା, ନିରପେକ୍ଷତା ଓ ଉତ୍ତରଦାୟିତ୍ୱକୁ ମଜଭୁତ କରିବାକୁ ବିଲରେ ବ୍ୟବସ୍ଥା ରହିଛି । ଠକେଇ, ଆର୍ଥିକ ହେରଫର ପାଇଁ ନକଲି ୱେବସାଇଟ ଖୋଲିବା, ନକଲି ପରୀକ୍ଷା କରିବା, ନକଲି ପରିପତ୍ର ଦେବା, ଫର୍ଜୀ ଅଫର ଲେଟର ଦେବା, ସିଟିଂ ବ୍ୟବସ୍ଥାକୁ ପ୍ରଭାବିତ କରିବା ଓ ବେଆଇନ ଭାବେ ଆଶାୟୀଙ୍କୁ ସେମାନଙ୍କ ପରୀକ୍ଷା ପାଇଁ ତାରିଖ ଦେବା ପରି କାମକୁ ନୂଆ ବିଲରେ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ। ଯଦି ଏହି ଆଇନ ଅନୁସାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କୁ ୩ରୁ ୫ବର୍ଷ ଯାଏ ଜେଲଦଣ୍ଡ ଓ ୧୦ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ ।ସଂଗଠିତ ଭାବେ ପ୍ରବେଶିକା ପରୀକ୍ଷାରେ ଅନିୟମତା କରୁଥିବା ଦୋଷୀଙ୍କୁ ୧୦ବର୍ଷ ଯାଏ ଜେଲଦଣ୍ଡ ଓ ୧କୋଟି ଟଙ୍କା ଫାଇନ ଦେବାକୁ ପଡିବ ।ୟୁପିଏସଏସି, ଏସଏସସି, ରେଳବାଇ, ଆଇବିପିଏ ଓ ଏନଟିଏ ଭଳି ପ୍ରବେଶିକା ପରୀକ୍ଷା ପାଇଁ ଲାଗୁ ହେବ। ସଙ୍ଗଠିତ ଗ୍ୟାଙ୍ଗ, ମାଫିଆ ଓ ଯେଉଁମାନେ ଅନିୟମିତତା କରୁଛନ୍ତି ସେମାନଙ୍କୁ ରୋକିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ରାଜସ୍ଥାନର ଶିକ୍ଷକ ନିଯୁକ୍ତି ପରୀକ୍ଷା, ଗୁଜରାଟରେ କନିଷ୍ଠ କିରାଣୀ ନିଯୁକ୍ତି ଓ ବିହାରରେ କନଷ୍ଟେବଳ ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିଲା । ଏଥିପାଇଁ ପରୀକ୍ଷାକୁ ବାତିଲ ମଧ୍ୟ କରାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ଏହି ବିଲ୍ ଆଣିଛନ୍ତି ।

Related Articles

Back to top button