ବାଣ କାରଖାନା ଅଗ୍ନିକାଣ୍ଡ: ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ

ମଧ୍ୟପ୍ରଦେଶର ହରଦାସ୍ଥିତ ଏକ ବାଣ କାରଖାନାରେ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଏହି ପୋଷ୍ଟରେ ଲେଖାଯାଇଛି, “ମଧ୍ୟପ୍ରଦେଶର ହରଦାରେ ଥିବା ଏକ ବାଣ କାରଖାନାରେ ଘଟିଥିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ମୁଁ ଗଭୀର ଦୁଃଖିତ। ପ୍ରିୟଜନଙ୍କୁ ହରାଇଥିବା ପରିବାରପ୍ରତି ସମବେଦନା ଜଣାଉଛି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ସ୍ଥାନୀୟ ପ୍ରଶାସନ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିବାରେ ଲାଗିଛି ।”

“ମଧ୍ୟପ୍ରଦେଶ ମନ୍ତ୍ରୀ ଉଦୟ ପ୍ରତାପ ସିଂହ କହିଛନ୍ତି, ଏପର୍ଯ୍ୟନ୍ତ ୮ ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି, ଘଟଣାସ୍ଥଳରେ ଏସଡିଆରଏଫ ଟିମ୍ ରହିଛି । ଆମର ସର୍ବୋଚ୍ଚ ପ୍ରାଥମିକତା ହେଉଛି ଦୁର୍ଘଟଣାରେ ପ୍ରଭାବିତ ଲୋକଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବା । ଦୋଷୀଙ୍କୁ ଛଡ଼ାଯିବ ନାହିଁ । ” ସେପଟେ ନ୍ୟୁଜ୍ ଏଜେନ୍ସି ପିଟିଆଇ କହିବା ଅନୁଯାୟୀ, କାରଖାନାରେ ବିସ୍ଫୋରଣ ପରେ ଭୟାବହ ଅଗ୍ନିକାଣ୍ଡ ଘଟି ୬୩ ଜଣ ଆହତ ହୋଇଛନ୍ତି ।

Related Articles

Back to top button